ମୁମ୍ବାଇ: ମହାରାଷ୍ଟ୍ର ସରକାର ଖାଲି ଥିବା 12 ହଜାର ପୋଲିସ କନଷ୍ଟେବଳ ପଦବୀକୁ ଖୁବଶୀଘ୍ର ପୂରଣ କରିବେ । ଏଥିପାଇଁ ପ୍ରଥମେ 5 ହଜାର 295 ଜଣଙ୍କ ନିଯୁକ୍ତି ଲାଗି ନିର୍ଦ୍ଦେଶ ଶୀଘ୍ର ଜାରି କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ରବିବାର କହିଛନ୍ତି ।
ରାଜ୍ୟରେ କନଷ୍ଟେବଳଙ୍କ ମୋଟ 12 ହଜାର ପଦବୀ ଖାଲିଥିବାବେଳେ ଏହା ଖୁବଶୀଘ୍ର ପୂରଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ 5,295 ପଦବୀରେ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯିବ । ଏହିପରି ପର୍ଯ୍ୟାୟକ୍ରମେ ପୋଷ୍ଟଗୁଡିକ ଖୁବଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ।
ତେବେ 2019 ମସିହା ଅପେକ୍ଷା ରାଜ୍ୟରେ ଅପରାଧିକ ମାମଲା କମିଛି । 2019 ମସିହାରେ 90ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ବେଳେ ନାଗପୁର ସହରରେ 88ଟି ହୋଇଥିଲା । ଗତବର୍ଷ ରେକର୍ଡ ହୋଇଥିବା 147 ଡକାୟତି ମାମଲା ହୋଇଥିବା ବେଳେ ଚଳିତ ବର୍ଷ 127ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଗତ ବର୍ଷ 56ଟି ଚେନ୍-ଅପହରଣ ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ମୋଟ 21ଟି ଘଟଣା ସାମନାକୁ ଆସିଛି ।
2019 ମସିହାରେ 163 ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ଚଳିତ ବର୍ଷ 152ଟି ଏହିପରି ଘଟଣା ସାମ୍ନାକୁ ଆସିଛି । ନାଗପୁର ସହରରେ ଅପରାଧ ଅଧିକ ହୋଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ 2019 ରିପୋର୍ଟରେ ପ୍ରକାଶ ପାଇଛି । ତେବେ 25 ଲକ୍ଷ ଜନସଂଖ୍ୟାକୁ ଧ୍ୟାନରେ ରଖି ଏନସିଆରବି ଏହାର ତଥ୍ୟ ଆଧାର କରିଥିଲା, କିନ୍ତୁ ନାଗପୁରର ଗ୍ରାମାଞ୍ଚଳର ପୋଲିସ୍ ଷ୍ଟେସନଗୁଡିକୁ ଯଦି ଗଣନା କରାଯାଏ ତେବେ ଜନସଂଖ୍ୟା 30 ଲକ୍ଷରୁ ଅଧିକ ହେବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଅନିଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ