ETV Bharat / bharat

ବ୍ୟବହୃତ ଗ୍ଲୋଭ୍ସକୁ ପୁନଃବିକ୍ରି ଉଦ୍ୟମ, ଜଣେ ଗିରଫ - ବ୍ୟବହୃତ ଗ୍ଲୋଭ୍ସକୁ ପୁନଃବିକ୍ରି ଉଦ୍ୟମ, ଜଣେ ଗିରଫ

ନାଭି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇ ବ୍ୟବହୃତ ଗ୍ଲୋଭ୍ସକୁ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ତା ଠାରୁ ବିଭିନ୍ନ ଡାକ୍ତରଖାନାରୁ ସଂଗୃହୀତ ଗ୍ଲୋଭ୍ସକୁ ପୋଲିସ ଜବତ କରିଛି । ଜବତ ଗ୍ଲୋଭ୍ସର ପରିମାଣ 4 ଲକ୍ଷ ପେୟାର ହୋଇଥିବା ବେଳେ ଏହାର ମୂଲ୍ୟ 6 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବ୍ୟବହୃତ ଗ୍ଲୋଭ୍ସକୁ ପୁନଃବିକ୍ରି ଉଦ୍ୟମ, ଜଣେ ଗିରଫ

author img

By

Published : Aug 21, 2020, 5:08 PM IST

ଥାଣେ: ନଭି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇ ବ୍ୟବହୃତ ଗ୍ଲୋଭ୍ସକୁ ବିକ୍ରି କରୁଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ତା ଠାରୁ ବିଭିନ୍ନ ଡାକ୍ତରଖାନାରୁ ସଂଗୃହୀତ ଗ୍ଲୋଭ୍ସକୁ ପୋଲିସ ଜବତ କରିଛି । ଜବତ ଗ୍ଲୋଭ୍ସର ପରିମାଣ 4 ଲକ୍ଷ ପେୟାର ହୋଇଥିବା ବେଳେ ଏହାର ମୂଲ୍ୟ 6 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି ।

କୋରୋନା ମହାମାରୀ ସମୟରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଡାକ୍ତରଖାନାରେ ବ୍ୟବହୃତ ଗ୍ଲୋଭ୍ସ ଗୁଡିକୁ ସଂଗ୍ରହ କରିବା ସହ ତାକୁ ସଫା କରି ପୁଣି ବଜାରରେ ବିକ୍ରି କରୁଥିଲେ ।

ଏପରି କାର୍ଯ୍ୟ ହେଉଥିବା ଖବର ପାଇ ପୋଲିସର ଏକ ଟିମ ସୋମବାର ସନ୍ଧ୍ୟାରେ ପାଓନେ ଏମଆଇଡିକେରେ ଚଢାଉ କରିଥିଲା । ସେଠାରେ ଡାକ୍ତରଖାନାରୁ ସଂଗୃହୀତ ଗ୍ଲୋଭ୍ସ ଧୋଇ ଶୁଖାଯାଇ ବଜାରରେ ବିକ୍ରୟ ପାଇଁ ପ୍ୟାକିଙ୍ଗ କରାଯାଉଥିବା ଜଣାପଡିଛି । ବ୍ୟବହୃତ ଗ୍ଲୋଭ୍ସ ସଫା କରିବା ପାଇଁ ଲିକ୍ୟୁଡ ସାବୁନ୍ ଓ ୱାସିଂ ମେସିନ ବ୍ୟବହାର କରାଯାଉଥିବା ପୋଲିସ ପ୍ରକାଶ କରିଛି ।

ଘଟଣାରେ ପୋଲିସ ସିବିଡି ବେଲାପୁରର ପ୍ରଶାନ୍ତ ସର୍ବେଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଧାରା 420 (ଠକେଇ), 270 (ସଂକ୍ରାମକ ରୋଗ ବିସ୍ତାର କରିବାର ସମ୍ଭାବନା) ଧାରାରେ ମାମଲା ରୁଜୁ କରିଛି।

ତେବେ ଏହି ଗ୍ଲୋଭ୍ସ କିପରି ଅଣାଯାଉଥିଲା ଓ କେଉଁଠାରେ ବିକ୍ରି ହେଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.