ETV Bharat / bharat

ଶୁଖିଲା ଗୋଦାବରୀ ନଦୀ, ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ମହାରାଷ୍ଟ୍ରର ମରାଠୱାଡାରେ ଭୀଷଣ ଖରା ଏବଂ ଜଳ ଅଭାବ ଲୋକଙ୍କ ଦୁଃଖକୁ ବଢାଇଦେଇଛି । ଖରା ଦିନ ଆସିଲେ ଗୋଦାବରୀ ନଦୀ ପାଣି ଶୁଖିଯାଏ । ଯାହା ଉପରେ ବର୍ଷତମାମ ନିର୍ଭରଶୀଳ ଥାନ୍ତି ଗ୍ରାମବାସୀ ।

ପ୍ରତିକାତ୍ମକ ଫଟୋ
author img

By

Published : May 9, 2019, 3:10 PM IST

ମୁମ୍ବାଇ: ଟାଣ ଖରା, ଝାଞ୍ଜି ପବନ ଓ ଗୁଳୁଗୁଳି ପାଇଁ ଅସ୍ତବ୍ୟସ୍ତ ଜନଜୀବନ । ଗ୍ରୀଷ୍ମର ପ୍ରକୋପ ବଢିଚାଲିଛି । ଏପରି କ୍ଷେତ୍ରରେ ପାଣି ବୁନ୍ଦା ପାଇଁ ତରସି ଯାଉଛନ୍ତି ଅନେକ ଲୋକେ । ମହାରାଷ୍ଟ୍ରର ମରାଠୱାଡାରେ ଭୀଷଣ ଖରା ଏବଂ ଜଳ ଅଭାବ ଲୋକଙ୍କ ଦୁଃଖକୁ ବଢାଇଦେଇଛି । ସେପଟେ ଶୁଖିଲା ନଦୀରେ ପାଣି ପାଇଁ ଛଟପଟ ହେଉଛନ୍ତି ମାଛ । ଯାହାକି ଅକାଳର ପ୍ରତୀକ ।

ଔରାଙ୍ଗାବାଦରୁ 60 କିମି ଦୂରରେ ନୌଗାଁ ଅଛି । ଏଠାରେ ବାସ କରନ୍ତି 8 ହଜାର ଲୋକେ । ଖରା ଦିନ ଆସିଲେ ପାଣି ବୁନ୍ଦା ପାଇଁ ତରସି ଯାଆନ୍ତି ଗ୍ରାମବାସୀ । ପାଣି ପାଇଁ ଗାଁ ଲୋକେ ଏଣେ ତେଣେ ବୁଲୁଥିବା ନଜର ଆସନ୍ତି । ଏହି ଗାଁଟି ଦେଶର ସବୁଠୁ ବଡ ନଦୀ ଗୋଦାବରୀ ନିକଟରେ ଅଛି । କିନ୍ତୁ ଖରାଦିନ ଆସିଲେ ଶୁଖିଯାଉଛି । ଗୋଦାବରୀ ନଦୀ ତଟରେ ଏପରି 90ଟି ଗାଁ ରହିଛି, ଯେଉଁମାନେ କି ସମ୍ପୂର୍ଣ୍ଣ ଭାବେ ନଦୀ ପାଣି ଉପରେ ନିର୍ଭର ।

ସେହିପରି ପାଣି ନାହିଁ ତ ଚାଷ ମଧ୍ୟ ନାହିଁ । ଚାଷ ପାଇଁ ନଦୀର ପାଣି ବ୍ୟବହାର କରନ୍ତି । ଖରା ଆସିଲେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସନ୍ତି । କିଛି ଉପାୟ ନପାଇଁ ଗାଁ ଲୋକେ ବଡ ବଡ ଗାତ ଖୋଳି ପାଣି ସଂଗ୍ରହ କରନ୍ତି । ଚାତକ ପକ୍ଷୀ ଭଳି ବର୍ଷା ବାଟକୁ ଚାହିଁ ବସନ୍ତି ଗ୍ରାମବାସୀ । ତେବେ ଏଭଳି ସ୍ଥାନମାନଙ୍କରେ ସରକାରଙ୍କ ସହାୟତା କେବେ ପହଞ୍ଚିବ ସେଇ ବାଟକୁ ଅନେଇ ବସିଛନ୍ତି ଗାଁ ଲୋକେ ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.