ETV Bharat / bharat

ମହାରାଷ୍ଟ୍ର ବିଧାନସଭା: ଆସ୍ଥା ଭୋଟ ଜିତିଲେ ଉଦ୍ଧବ ସରକାର

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଗଠିତ ମହାବିକାଶ ଅଘାଡି ସରକାର ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଉଦ୍ଧବଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡି ସରକାରଙ୍କୁ 169 ବିଧାୟକଙ୍କ ସମର୍ଥନ ମିଳିଛି।

Government passes floor test
ଫାଇଲ ଫଟୋ
author img

By

Published : Nov 30, 2019, 3:11 PM IST

ମୁମ୍ବାଇ: ଗତ ମାସେ ଧରି ଚାଲିଥିବା ମହାରାଷ୍ଟ୍ର ରାଜନୀତିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଗଠିତ ମହାବିକାଶ ଅଘାଡି ସରକାର ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛି। ନୂଆ ସରକାର ବିଧାନସଭାରେ ବାଚନିକ ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି।

ବିଧାନସଭାର ମୋଟ ୨୮୮ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧବ ସରକାରଙ୍କ ସମର୍ଥନରେ ୧୬୯ ସଦସ୍ୟ ମତଦାନ କରିଥିଲେ। ତେବେ ଏଆଇଏମଆଇଏମ, ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ସିପିଏମର ବିଧାୟକ ଉଦ୍ଧବଙ୍କ ବିପକ୍ଷରେ ଭୋଟ ଦେଇ ନ ଥିଲେ ହେଁ ସେମାନେ ଭୋଟିଂରୁ ବିରତ ରହିଥିଲେ।

ସେପଟେ ବିଜେପି ଏହି ବହୁମତ ପରୀକ୍ଷାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ବିଜେପି ସଦସ୍ୟ ଏଥିରେ ଅଂଶଗ୍ରହଣ କରି ନ ଥିଲେ। ସେମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ଗୃହତ୍ୟାଗ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ‘ଏହି ପ୍ରକ୍ରିୟା ଅସମ୍ବିଧାନିକ। ଅସ୍ଥାୟୀ ବାଚସ୍ପତିଙ୍କ ନିଯୁକ୍ତି ଭୁଲ ଭାବରେ କରାଯାଇଛି।’

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.