ମୁମ୍ବାଇ: ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେଙ୍କ ମାଆଙ୍କ ଦେହାନ୍ତ । ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ଗତ ଏକ ମାସ ହେବ ତାଙ୍କର ଚିକିତ୍ସା ବମ୍ବେ ହସ୍ପିଟାଲରେ ଚାଲୁଥିଲା । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ହୋଇଥିଲା ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମାଆଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି । ଶରଦାତାଇ ତୋପେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତ କିଛି ମାସ ହେବ ତାଙ୍କ ମାଆ ହସ୍ପିଟାଲ ଭର୍ତ୍ତି ହୋଇଥିଲେ, ହେଲେ ଏହି ସମୟରେ ରାଜେଶ ତୋପେ ମହାରାଷ୍ଟ୍ରରେ କୋରୋନା ବିରୋଧରେ ସଂଘର୍ଷ କରୁଛନ୍ତି । ଶରଦାତାଇଙ୍କ ଆତ୍ମାର ସଦଗତି ହେଉ ଏବଂ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାଥର୍ନା କରିଛନ୍ତି ।
ମାର୍ଚ୍ଚ ମାସରେ ଶରଦାତାଇଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମାର୍ଚ୍ଚରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ହୋଇ ସେ ଘରକୁ ଫେରିଆସିଥିଲେ । ହେଲେ ଗତ ମାସରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟ ହେବାକୁ ତାଙ୍କର ଦେହାନ୍ତ ହୋଇଛି ।
@ANI