ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନର ମୁଖବନ୍ଧ ପାଠକୁ ଅନିବାର୍ଯ୍ୟ କରିଛନ୍ତି । ମନ୍ତ୍ରୀ ବର୍ଷା ଗାୟକୱାଡ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଜାନୁଆରୀ 26ରୁ ମହାରାଷ୍ଟ୍ରର ପ୍ରତ୍ୟେକଟି ସ୍କୁଲରେ ସମ୍ବିଧାନର ମୁଖବନ୍ଧ ପାଠ କରାଯିବ ।
ରାଜ୍ୟ ସରକାର ଏକ ଘୋଷଣା କରି ଏହି ପ୍ରସ୍ତାବକୁ ‘ସମ୍ବିଧାନ ସାର୍ବଭୌମତା, ସବକା କଲ୍ୟାଣ’ ଅଭିଯାନର ଏକ ଅଂଶ ବୋଲି କହିଛନ୍ତି । ଛାତ୍ର ସମ୍ବିଧାନର ମୁଖବନ୍ଧ ପାଠ କରିବା ଦ୍ବାରା ଏହାର ଗୁରୁତ୍ବ ବିଷୟରେ ଜାଣିବେ ବୋଲି ବର୍ଷା ଗାୟକୱାଡ କହିଛନ୍ତି । ଏହା ସରକାରଙ୍କ ବହୁତ ପୁରୁଣା ନିୟମ ଯାହାକୁ ଜାନୁଆରୀ 26ରୁ ଲାଗୁ କରାଯିବ । ଏହି ସମ୍ବନ୍ଧରେ 2013 ଫେବୃଆରୀରେ ଘୋଷଣାପତ୍ର ଜାରି ହୋଇଥିଲେ ।