ETV Bharat / bharat

ମହାରାଷ୍ଟ୍ରରେ ଖୋଲିବ ହୋଟେଲ, ଜାରି ହେଲା ଗାଇଡଲାଇନ

author img

By

Published : Sep 12, 2020, 12:30 PM IST

ହୋଟେଲ ଖୋଲିବା ପାଇଁ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର । ହୋଟେଲ, ଲଜ୍ ଏବଂ ରିସୋର୍ଟଗୁଡିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଏବଂ ଗାଇଡଲାଇନ ଜାରି କରାଯାଇଛି, ଯାହା ସେମାନଙ୍କୁ ଶତପ୍ରତିଶତ କ୍ଷମତାର ସହ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ କରିବ। ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଖୋଲିବ ହୋଟେଲ, ଜାରି ହେଲା ଗାଇଡଲାଇନ
ମହାରାଷ୍ଟ୍ରରେ ଖୋଲିବ ହୋଟେଲ, ଜାରି ହେଲା ଗାଇଡଲାଇନ

ମମ୍ବାଇ: ସଂପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟ ଆରମ୍ଭ କରିବାକୁ ହୋଟେଲ ଗୁଡିକ ପାଇଁ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ହୋଟେଲ, ଲଜ୍ ଏବଂ ରିସୋର୍ଟଗୁଡିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଏବଂ ଗାଇଡଲାଇନ ଜାରି କରିଛନ୍ତି, ଯାହା ସେମାନଙ୍କୁ ଶତ ପ୍ରତିଶତ କ୍ଷମତାର ସହ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ କରିବ । କିନ୍ତୁ କଣ୍ଟେଣ୍ଟମେଣ୍ଟ ଜୋନ୍, ହୋଟେଲ, ରିସର୍ଟ, ହୋମଷ୍ଟେସ୍, ଫାର୍ମ ଷ୍ଟେ ଇତ୍ୟାଦି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁମତି ଦିଆଯିବ ।

ଗାଇଡଲାଇନ ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣହୀନ ପର୍ଯ୍ୟଟକଙ୍କୁ ରହିବାକୁ ଅନୁମତି ଦିଆଯିବ । ଯେଉଁମାନଙ୍କର ପୂର୍ବରୁ ବୁକିଂ ନାହିଁ ଏବଂ ଫ୍ଲୁ ପରି ଲକ୍ଷଣ ଦେଖାଯାଏ, ସେମାନଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ହାତ ସାନିଟାଇଜର ଆଦିକୁ ବାଧ୍ୟତାମୂଳକ ଭାବେ ସବୁବେଳେ ପାଳନ କରାଯିବା ଆବଶ୍ୟକ । ଏହା ବ୍ୟତୀତ, ଯଦି ଆବଶ୍ୟକ ହୁଏ, ତେବେ ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କର ତଥ୍ୟ ବାଣ୍ଟିବା ପାଇଁ ଅତିଥିମାନଙ୍କଠାରୁ ସମ୍ମତି ନିଆଯିବା ଉଚିତ୍ ।

ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରାଯିବା ଉଚିତ ଏବଂ ସେମାନଙ୍କ ଯାତ୍ରା, ସ୍ୱାସ୍ଥ୍ୟ ବିବରଣୀ ଏବଂ ସାମ୍ପ୍ରତିକ ସ୍ଥିତି ବିଷୟରେ ସୂଚନା ପାଇବାକୁ ଇମେଲ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଚେକ୍ ଇନ୍ କରିବା ପୂର୍ବରୁ ଅତିଥିମାନଙ୍କୁ ଏକ ଫର୍ମ ଦିଆଯିବା ଉଚିତ । ଏହା ବ୍ୟତୀତ ହୋଟେଲ ଏବଂ ରିସୋର୍ଟଗୁଡିକ ଅତିଥିମାନଙ୍କ ପାଇଁ ରୁମ୍ ସେବା ଯୋଗାଯୋଗହୀନ ହେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.