ETV Bharat / bharat

ଯାତ୍ରୀଙ୍କୁ ଝଟକା, ମହାରାଷ୍ଟ୍ରରେ ଜରୁରୀ କାର୍ଯ୍ୟ ବ୍ୟତୀତ ଉଡିବନି ବିମାନ

author img

By

Published : May 24, 2020, 8:38 AM IST

ମହାରାଷ୍ଟ୍ର ସରକାର ରାଜ୍ୟରେ ସାଧାରଣ ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି । ରାଜ୍ୟରେ କେବଳ ସୀମିତ ବିମାନ ସେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଜରୁରୀ କାର୍ଯ୍ୟ ବ୍ୟତୀତ ଉଡିବନି ବିମାନ

ମୁମ୍ବାଇ: ପ୍ରାୟ 2 ମାସର ଲକଡାଉନ ପରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି । ଏହା ମେ 25ରୁ ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 4 ଟା 30ରେ ଉଡ଼ାଣ ଭରିବ । ଏହି ଆରମ୍ଭର ପ୍ରଥମ ପର୍ଯ୍ୟାୟରେ 2800 ବିମାନ ଯୋଜନା କରାଯାଇଛି । କିନ୍ତୁ ମହାରାଷ୍ଟ୍ରରୁ ବିମାନ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ମହାରାଷ୍ଟ୍ର ସରକାର ରାଜ୍ୟରେ ସାଧାରଣ ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି । ରାଜ୍ୟ ସରକାର ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (MIAL) କୁ ସୂଚନା ଦେଇ କହିଛନ୍ତି ଯେ, ସୀମିତ ବିମାନ ସେବା ମେ 25ରୁ ଆରମ୍ଭ ହେବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ଯାତ୍ରୀମାନେ ବିଦେଶରୁ ଭାରତକୁ ଆସିଛନ୍ତି, ସେହି ଯାତ୍ରୀଙ୍କୁ ମୁମ୍ବାଇରୁ ଅନ୍ୟ ସହରକୁ ପହଞ୍ଚାଇବା, ମେଡିକାଲ ଜରୁରୀକାଳୀନ ପରିସ୍ଥିତି, ରାଜ୍ୟରେ ଫଶିକି ଥିବା ବିଦ୍ୟାର୍ଥୀ କିମ୍ବା ଅତି ଜରୁରୀ କାର୍ଯ୍ୟ ପାଇଁ କେବଳ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ମହାରାଷ୍ଟ୍ରରେ ମେ 25 ଯାଏଁ ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜ୍ୟରେ ଲକଡାଉନ 4.0 ଗାଇଡଲାଇନ ଜାରି ରହିଛି । ଏହି ଗାଇଡଲାଇନରେ ବିମାନ ଏବଂ ଟ୍ରେନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସେହି ଗାଇଡଲାଇନରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ମହାରାଷ୍ଟ୍ରର ମୁମ୍ବାଇ, ପୁନେ ଏବଂ ନାଗପୁର ବିମାନବନ୍ଦରରେ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା, କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଆଦେଶ ନ ମିଳିବାରୁ ବିମାନବନ୍ଦର କର୍ମଚାରୀ ସହ ମହାରାଷ୍ଟ୍ରରୁ ବିମାନ ଉଡ଼ାଣ କରିବାକୁ ଯୋଜନା କରୁଥିବା ଯାତ୍ରୀମାନଙ୍କୁ ଝଟକା ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.