ETV Bharat / bharat

ବର୍ଷା ବିତ୍ପାତ: କ୍ଷତିଗ୍ରସ୍ତଙ୍କ ପାଇଁ 1୦ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା - 10000 crore relief package for state rain hit areas

ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ 10,000 କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କଲେ ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ...

maharashtra government announces rs-10000 crore relief package for state rain hit areas
ଚାଷୀଙ୍କ ପାଇଁ ୧୦ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
author img

By

Published : Oct 24, 2020, 12:20 PM IST

ମୁମ୍ବାଇ: ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ 10,000 କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କଲେ ମହାରାଷ୍ଟ୍ର ସରକାର । ଦିୱାଲୀ ପୂର୍ବରୁ ଏହି ରାଶି ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି । ବର୍ଷା ପ୍ରଭାବିତ ଅଞ୍ଚଳରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ଘୋଷଣା କରିଛନ୍ତି । ଠାକୁର କହିଛନ୍ତି ଯେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ହେକ୍ଟର ପିଛା 6800 ଟଙ୍କା ପରିବର୍ତ୍ତେ ଆମେ ଏହାକୁ ହେକ୍ଟର ପିଛା 10000 ଟଙ୍କାକୁ ବୃଦ୍ଧି କରୁଛୁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରାୟ 3800 କୋଟି ଟଙ୍କା ସହାୟତା ପ୍ରଦାନ କରିଛୁ ବୋଲି ଠାକରେ କହିଛନ୍ତି । ତେବେ ପ୍ରବଳ ବର୍ଷା କାରଣରୁ ପଶ୍ଚିମ ମହାରାଷ୍ଟ୍ରର 10 ରୁ ଅଧିକ ଜିଲ୍ଲାରେ ସାତ ଲକ୍ଷ ହେକ୍ଟର ଫସଲରେ ବ୍ୟାପକ କ୍ଷତି ଘଟିଥିବା ଜଣା ପଡ଼ିଛି । ସୋଲାପୁର, ସାଙ୍ଗଲି, କୋଲ୍ହାପୁର, ସତାରା, ଓସମାନାବାଦ, ଲାତୁର, ବିଡ୍ ଏବଂ ଔରଙ୍ଗାବାଦରେ ସନ୍ତୋଷଜନକ ମୌସୁମୀ ବର୍ଷା ପରେ କୃଷକମାନେ ଅଧିକ ଅମଳ ଆଶା କରୁଥିଲେ, କିନ୍ତୁ ପ୍ରବଳ ବର୍ଷା ସମସ୍ତ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା ।

ବର୍ଷା ହେତୁ ସୋୟାବିନ୍, କପା, ଚଣା, ଆଖୁ, ଡାଳିମ୍ବ ଆଦି ଫସଲ ସବୁ ନଷ୍ଟ ହୋଇଗଲା | ଆଉ ଏଥିରେ ବିଶେଷ ପ୍ରଭାବିତ ହୋଇଥିଲା ପଶ୍ଚିମ ମହାରାଷ୍ଟ୍ରର ସୋଲାପୁର ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରର ଓସମାନାବାଦ ଅଞ୍ଚଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.