ETV Bharat / bharat

ମହାରାଷ୍ଟ୍ର ନିର୍ବାଚନ: ଇଣ୍ଟରନେଟ ସେବା ବନ୍ଦ ପାଇଁ  ଇସିଙ୍କୁ ଏନସିପିର ଚିଠି - ଇଣ୍ଟରନେଟ ସେବା ବନ୍ଦ ପାଇଁ  ଇସିଙ୍କୁ ଏନସିପିର ଚିଠି

ଭୋଟ ଗ୍ରହଣକୁ ନେଇ ମହାଚିନ୍ତାରେ  ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) । ଖାସ ଏଥିପାଇଁ ରବିବାର ନିର୍ବାଚନ ଆୟଗକୁ ଚିଠି ଲେଖି ପୋଲିଂ ବୁଥ ଓ ଷ୍ଟ୍ରଙ୍ଗ ରୁମର 3 କିଲୋମିଟର ପରିଧି ଭିତରେ ଇଣ୍ଟରନେଟ ବନ୍ଦ ରଖିବି ପାଇଁ ଦାବି କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 20, 2019, 8:54 PM IST

ମୁମ୍ବାଇ: ସୋମବାର ସକାଳେ ମତଦାତାଙ୍କ ହାତରେ ନେତାଙ୍କ ଭାଗ୍ୟ । ଆଉ 12 ଘଣ୍ଟାରୁ କମ ସମୟ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ସୋମବାର ସକାଳ 7 ଟାରୁ ଭୋଟ ଗ୍ରହଣ ହେବ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଏପଟେ ଭୋଟ ଗ୍ରହଣକୁ ନେଇ ମହାଚିନ୍ତାରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) । ଖାସ ଏଥିପାଇଁ ରବିବାର ନିର୍ବାଚନ ଆୟଗକୁ ଚିଠି ଲେଖି ପୋଲିଂ ବୁଥ ଓ ଷ୍ଟ୍ରଙ୍ଗ ରୁମର 3 କିଲୋମିଟର ପରିଧି ଭିତରେ ଇଣ୍ଟରନେଟ ବନ୍ଦ ରଖିବି ପାଇଁ ଦାବି କରିଛି ।

ncp letter to election commission
ଫଟୋ ସୌଜନ୍ୟ: ଏଏନଆଇ

ଏନସିପି ରବିବାର ମହାରାଷ୍ଟ୍ର ନିର୍ବାଚନ କମିଶନରଙ୍କୁ ଚିଠି ମାଧ୍ୟମରେ ଏହି ଦାବି ରଖିଛନ୍ତି । ନିର୍ବାଚନ ଆୟୋଗଙ୍କୁ ଏହି ଅନୁରୋଧ ପତ୍ରରେ 21 ଅକ୍ଟୋବର ଭୋଟ ଗ୍ରହଣ ଦିନ ଠାରୁ 24 ଅକ୍ଟୋବର ଭୋଟ ଗଣନା ଦିନ ଯାଏଁ ମହାରାଷ୍ଟ୍ରର ସମସ୍ତ ମତଦାନ କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମର ତିନି କିଲୋମିଟର ପରିଧି ଭିତରେ ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ଗଡବଡ ଯେଭଳି ଭାବରେ ନହୁଏ ସେଥିପାଇଁ ଏହା ଆବଶ୍ୟକ ବୋଲି ଏନସିପି ପତ୍ରରେ ଉଲ୍ଲେଖ କରିଛି । ଏନସିପିରେ ଏହି ଚିଠି ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ପ୍ରକାର ଉତ୍ତର ମିଳି ନାହିଁ ।

ଏଠାରେ ସୂଚନା ଯୋଗ୍ୟ ଯେ ସୋମବାର 21 ଅକ୍ଟୋବର ଦିନ ହରିୟାଣାର 90 ଓ ମହାରାଷ୍ଟ୍ରର 288 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ମହାରାଷ୍ଟ୍ରର 288 ସିଟ ପାଇଁ ସୋମବାର 8 କୋଟି 98 ଲକ୍ଷରୁ ଉର୍ଦ୍ଧ୍ବ ମତଦାତା 3237 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Intro:Body:

y

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.