ମୁମ୍ବାଇ: ଶିବସେନା ପାଇଁ ଆଜି ଏକ ଐତିହାସିକ ଦିନ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆଦିତ୍ୟ ଠାକରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ପ୍ରଥମ ଥର ଇତିହାସରେ ନୂଆ ପୃଷ୍ଠା ଲେଖିବାକୁ ଯାଉଥିବା ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ୍ବର୍ଲି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ । ଆଦିତ୍ୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ । ଆଦିତ୍ୟ ଗୁରବାର ମୁମ୍ବାଇରେ ରୋଡ ଶୋ କରିବା ପରେ ବିଏସି ଅଫିସ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଆଦିତ୍ୟଙ୍କ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ତାଙ୍କ ପିତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଉପସ୍ଥିତ ଥିଲେ ।