ମୁମ୍ବାଇ: ମହାରାଷ୍ଟ୍ରରେ ତାଣ୍ଡବ ମଚାଉଛି କୋଭିଡ-19 । ଗତ 24 ଘଣ୍ଟାରେ ଏଠାରେ 145 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ 6 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ।
ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ଶନିବାର କୋରୋନାରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ମୁମ୍ବାଇରେ ସର୍ବାଧିକ 4 ଜଣ ଏବଂ ଥାନେ ଓ ଅମରାବତୀରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଗୋଟିଏ ଦିନରେ 145 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।
ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 600 ପାର କରିଛି । ଏବେ ସୁଦ୍ଧା ମହାରାଷ୍ଟ୍ରରେ ମୋଟ 635 ଜଣ କୋରୋନା ପଜିଟିଭ ଅଛନ୍ତି । ସେହିପରି ଏଥିରେ ମୋଟ 32 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ମୋଟ 52 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସୌଜନ୍ୟ@ANI