ETV Bharat / bharat

ମହାରାଷ୍ଟ୍ରରେ 40 ହଜାର ଟପିଲା କୋରୋନା ଆକ୍ରାନ୍ତ, ମୁମ୍ବାଇରେ ଅର୍ଦ୍ଧାଧିକ

author img

By

Published : May 21, 2020, 11:00 PM IST

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗୁରୁବାର ମହାରାଷ୍ଟ୍ରରେ 2345 ନୂଆ କେସ ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 41 ହଜାର 642 ପହଞ୍ଚିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 40 ହଜାର ଟପିଲା କୋରୋନା ଆକ୍ରାନ୍ତ, ମୁମ୍ବାଇରେ ଅର୍ଦ୍ଧାଧିକ
ମହାରାଷ୍ଟ୍ରରେ 40 ହଜାର ଟପିଲା କୋରୋନା ଆକ୍ରାନ୍ତ, ମୁମ୍ବାଇରେ ଅର୍ଦ୍ଧାଧିକ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଲଗାତାର ଏକ ସପ୍ତାହ ହେବ ଏଠାରେ 2000 ଉପରେ ଆକ୍ରାନ୍ତ ବାହାରୁଛନ୍ତି । ଗୁରୁବାର ମୋଟ ପଜିଟିଭ ସଂଖ୍ୟା 40 ହଜାର ପାର କରିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗୁରୁବାର ମହାରାଷ୍ଟ୍ରରେ 2345 ନୂଆ କେସ ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 41 ହଜାର 642 ପହଞ୍ଚିଛି । ସେହିପରି 24 ଘଣ୍ଟାରେ 64ଟି ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 1454 ଛୁଇଁଛି ।

ମାୟା ନଗରୀ ମୁମ୍ବାଇ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ 24 ଘଣ୍ଟାରେ 1382 ମାମଲା ବାହାରିଛି । ମୁମ୍ବାଇରେ ମୋଟ ଆକ୍ରାନ୍ତ 25 ହଜାର 317 ସ୍ପଷ୍ଟ ହୋଇଛି ବୋଲି ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସେହିପରି ଏସିଆର ସର୍ବବୃହତ ବସ୍ତି ଧାରାବିରେ ଗୁରୁବାର 47ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତ 1425 ରହିଛି । ତେବେ ଲଗାତାର କିଛିଦିନ ହେବ ଏଠାରେ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ ବୋଲି ସୂଚନା ଦେଇଛି ପୌର ପରିଷଦ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.