ETV Bharat / bharat

ମହାରାଷ୍ଟ୍ର ମହାଭାରତ: ଶିବସେନାକୁ ସମର୍ଥନ ନେଇ ସୋନିଆଙ୍କ ବାସଭବନରେ ମାନସ ମନ୍ଥନ

ଶୁକ୍ରବାର ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର କଂଗ୍ରେସ ନେତା । ଦିଲ୍ଲୀସ୍ଥିତ 10 -ଜନପଥରେ ଏହି ବୈଠକ ପରେ  କଂଗ୍ରେସ ବିଜେପି-ଶିବସେନା ମଧ୍ୟରେ ସତ୍ତା ପାଇଁ ସଂଘର୍ଷରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Nov 1, 2019, 10:49 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିଟ୍‌ ପାଇଁ ଫାଇଟ ଜାରି ରହିଛି । ମହାରାଷ୍ଟ୍ର ରାଜନୀତି ଖବର ଉପରେ ସାରା ଦେଶ ନଜର ରହିଛି । କିଏ ସରକାର ,କେମିତି ଗଢିବ ସେ ନେଇ ଚାଲିଛି ଆଲୋଚନା, ପର୍ଯ୍ୟାଲୋଚନା । ଏକ ପ୍ରକାର ରୋଚକ ଓ ଅସ୍ପଷ୍ଟ ମୋଡରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିଂହାସନ ରେସ । ଏନସିପି ପ୍ରମୁଖଙ୍କୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭେଟିଛନ୍ତି । ଏପଟେ ଏହାକୁ ନେଇ ଏନସିପି ସମର୍ଥନ ହାସଲ କରିବା ପ୍ରୟାସ ଶିବସେନାର ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଶୁକ୍ରବାର ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର କଂଗ୍ରେସ ନେତା ।

maharashtra congress leaders meet sonia gandhi
ଫଟୋ ସୌଜନ୍ୟ: ଏଏନଆଇ

ଦିଲ୍ଲୀସ୍ଥିତ 10 -ଜନପଥରେ ଏହି ବୈଠକ ପରେ କଂଗ୍ରେସ ବିଜେପି-ଶିବସେନା ମଧ୍ୟରେ ସତ୍ତା ପାଇଁ ସଂଘର୍ଷରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି । କଂଗ୍ରେସ ବିରୋଧୀ ସିଟ୍‌ରେ ବସିବା ପାଇଁ ନିଷ୍ପତ୍ତି ନେଇଥିବା ଏହି ବୈଠକରେ ମୋହର ବାଜିଥିବା କୁହାଯାଉଛି । ମାତ୍ର ଅଧିକାରୀକ ଭାବରେ କଂଗ୍ରେସର ଶିବସେନାକୁ ସମର୍ଥନ ନେଇ କଣ ମତ ରହିଛି ସେ ସଂକ୍ରାନ୍ତରେ କୌଣସି ସୂଚନା ମିଳିପାରି ନାହିଁ । ବୈଠକ ପରେ ମହାରାଷ୍ଟ୍ର ରାଜନୀତିର ବର୍ତ୍ତମାନର ସ୍ଥିତି ସମ୍ପକରେ ଆଲୋଚନା ହୋଇଥିବା କହିଛନ୍ତି କଂଗ୍ରେସ ନେତୃବୃନ୍ଦ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ଜିଦରେ ରହିଥିବା ବେଳେ ଏହାକୁ ଖଣ୍ଡନ କରୁଛି ବିଜେପି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅଢେଇ ବର୍ଷିଆ ପ୍ରସ୍ତାବକୁ ଖଣ୍ଡନ କରି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଶିବସେନା ଅଢେଇ ବର୍ଷିଆ ପ୍ରସ୍ତାବରେ ଅଟଳ ରହିଛି । ଏହାକୁ ନେଇ ରାଜ୍ୟରେ ନିର୍ବାଚନ ଫଳାଫଳର 8 ଦିନ ପରେ ବି ସରକାର ଗଠନ କରିବା ସମ୍ଭବ ହୋଇପାରିନାହିଁ ।

ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ପରେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ଏବେ ଶିବସେନା ସରକାର ଗଠନ କରିବ ପାଇଁ ଏନସିପି ଓ କଂଗ୍ରେସର ସମର୍ଥନ ଯୋଗାଡ କରିବା ପାଇଁ ଜୋରସୋର ପରିଶ୍ରମ କରୁଛି ।

Intro:Body:

RAKESH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.