ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜାମିୟାମିଲିୟା ଇସଲାମିୟା ୟୁନିଭର୍ସିଟିରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଜାଲିୟାନାଓ୍ବାଲା ବାଗ ସହ ତୁଳନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯୁବ ସମାଜ ପାଖରେ ବୋମା ପରି ଶକ୍ତି ରହିଥିବାରୁ, ସେମାନଙ୍କୁ ଉସକା ନଯାଉ ବୋଲି କହିଛନ୍ତି ସେ।
ଉଦ୍ଧବ ଠାକରେ ମଙ୍ଗଳବାର ମହାରାଷ୍ଟ୍ରରେ କ୍ଷମତାସୀନ ମହାଅଘାଡି ସରକାରେ ଅଂଶୀଦାର ବିଧାୟକଙ୍କ ସହ ବୈଠକ କରିଛନ୍ତି। ଦେଶରେ ଅରାଜକତା ଭଳି ସ୍ଥିତି ସୃଷ୍ଟି କରାଯାଉଥିବା ସେ ଏ ବୈଠକରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ଦେଇଛନ୍ତି। ଦିଲ୍ଲୀରେ ବସିଥିବା ଲୋକ କ’ଣ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଏହା ସହ ଦେଶରେ ଭୟର ବାତାବରଣ ସୃଷ୍ଟି କରାଯାଉଥିବା ସେ କହିଛନ୍ତି।