ETV Bharat / bharat

ଆଲିଙ୍ଗନ କରି ଅଜିତ ପାୱାରଙ୍କୁ ସ୍ବାଗତ କଲେ ଭଉଣୀ ସୁପ୍ରିୟା - ଅଜିତ ପାୱାରଙ୍କୁ ସ୍ବାଗତ କଲେ ସୁପ୍ରିୟା

ମହାରାଷ୍ଟ୍ର ବିଧାନସଭାରେ ଦେଖିବାକୁ ମିଳିଥିଲା ପାୱାର ପରିବାରର ପୁନର୍ମିଳନ ଦୃଶ୍ୟ । ଅଜିତ ପାୱାର ବିଧାନସଭା ପହଞ୍ଚିବା ମାତ୍ରେ ସବୁ ମନୋମାଳିନ୍ୟ ଦୂର କରି ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ।

ajit-pawar
ଫାଇଲ ଫଟୋ
author img

By

Published : Nov 27, 2019, 10:35 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଏକ ନୂଆ ରାଜନୈତିକ ଯୁଗ । ମଙ୍ଗଳବାର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ବିକାଶ ଅଘାଡିର ନେତା ଭାବେ ଚୟନ କରାଯାଇଛି । ଏହାପରେ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ ନିମନ୍ତେ ବୁଧବାର ସକାଳେ ମହାରାଷ୍ଟ୍ର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର୍‌ ବିଧାୟକମାନଙ୍କୁ ଶପଥପାଠ କରାଉଛନ୍ତି।

ଶପଥ ସମାରୋହ ଆରମ୍ଭ ହେବା ପରେ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାର ଏବଂ ଅଶୋକ ଚୌହାନ ବିଧାୟକ ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ଏହାପରେ ଅନ୍ୟ ବିଧାୟକ ଜଣେ ଜଣେ କରି ଶପଥ ପାଠ କରୁଛନ୍ତି ।

ତେବେ ଏହି ଅଧିବେଶନ ପୂର୍ବରୁ ମହାରାଷ୍ଟ୍ର ବିଧାନସଭାରେ ଦେଖିବାକୁ ମିଳିଥିଲା ପାୱାର ପରିବାରର ପୁନର୍ମିଳନ ଦୃଶ୍ୟ । ଅଜିତ ପାୱାର ବିଧାନସଭା ପହଞ୍ଚିବା ମାତ୍ରେ ସବୁ ମନୋମାଳିନ୍ୟ ଦୂର କରି ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ । ସେ ଅଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିବାର ଏବଂ ଦଳରେ ଏବେ ସବୁକିଛି ଠିକ ଥିବା କହିଛନ୍ତି । ସେ କହିଛନ୍ତି, ପରିବାରରେ ମଦଭେଦ ସୃଷ୍ଟି ହୋଇପାରେ କିନ୍ତୁ ତାହା ଭାଙ୍ଗିପାରେ ନାହିଁ । ଅଜିତ ପାୱାର ମୋ ଭାଇ ଆମ ଭିତରେ କୌଣସି ପ୍ରକାର ମତଭେଦ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଜିତ ପାୱାର ନିଜ ଦାଦାଙ୍କ ବିରୋଧରେ ଯାଇ ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ସରକାର ଗଢିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ବିଭିନ୍ନ ପ୍ରକାର ବାଦ-ବିବାଦ ପରେ ମଙ୍ଗଳବାର ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଯାହାପରେ ବିଜେପି ସରକାର ଭାଙ୍ଗିଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.