ETV Bharat / bharat

ପର୍ଲିରେ ପଙ୍କଜାଙ୍କ ପରାଜୟ

author img

By

Published : Oct 24, 2019, 5:18 PM IST

ପର୍ଲି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପଙ୍କଜା ମୁଣ୍ଡେଙ୍କ ପରାଜୟ । 30 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଭାଇ ଧନଞ୍ଜୟଙ୍କ ଠାରୁ ହାରିଛନ୍ତି ପଙ୍କଜା ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର ପର୍ଲି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପଙ୍କଜା ମୁଣ୍ଡେଙ୍କୁ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ପଙ୍କଜାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ତଥା ଏନସିପି ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେ ନିର୍ବାଚନରେ ପରାସ୍ତ କରିଛନ୍ତି । ପଙ୍କଜା ପାଖାପାଖି 30 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଭାଇ ଧନଞ୍ଜୟଙ୍କ ଠାରୁ ହାରିଛନ୍ତି ।

ପଙ୍କଜା ବିଜେପି ନେତା ସ୍ବର୍ଗତ ଗୋପିନାଥ ମୁଣ୍ଡେଙ୍କ ଝିଅ । ପଙ୍କଜାଙ୍କ ବିରୁଦ୍ଧରେ ଏନସିପି ଧନଞ୍ଜୟ ମୁଣ୍ଡେଙ୍କୁ ନିର୍ବାଚନ ମୈଦାନରେ ଛିଡା କରିଥିଲା । ଧନଞ୍ଜୟ ପୂର୍ବରୁ ବିଜେପିରେ ଥିବା ବେଳେ 2013ରେ ଦଳ ଛାଡିଥିଲେ । 2014 ନିର୍ବାଚନରେ ମଧ୍ୟରେ ଉଭୟ ପଙ୍କଜା ମୁଣ୍ଡେ ଓ ଭାଇ ଧନଞ୍ଜୟ ମୁଣ୍ଡେଙ୍କର ଆମ୍ନାସାମ୍ନି ହୋଇଥିଲା । ଏହି ନିର୍ବାଚନରେ ପଙ୍କଜା ମୁଣ୍ଡେ 25 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଧନଞ୍ଜୟଙ୍କୁ ହରାଇଥିଲେ ।

ମହାରାଷ୍ଟ୍ରରେ 288 ବିଧାନସଭା ଆସନରେ ମତଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ସବୁ ସିଟରେ ଫଳାଫଳ ଆସି ସାରିଛି । ବିଜେପି ଓ ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ ସ୍ଥିତିରେ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.