ETV Bharat / bharat

‘ସାହସ ଅଛି ଯଦି ଧାରା ୩୭୦ ଲାଗୁ କରି ଦେଖାଅ’ - ମହାରାଷ୍ଟ୍ର ବିଧାନସଭା ନିର୍ବାଚନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ରଣହୁଙ୍କାର ଦେଇଛନ୍ତି । ପିଏମ୍‌ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ କଂଗ୍ରେସ-ଏନସିପି ମେଣ୍ଟର ଆଭିମୁଖ୍ୟ ଓ ଟିପ୍ପଣୀକୁ ପାକିସ୍ତାନ ଭାଷା ସହ ତୁଳନା କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 13, 2019, 7:45 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ରଣହୁଙ୍କାର ଦେଇଛନ୍ତି । ମୋଦି ରବିବାର ଜଲଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ମହାରାଷ୍ଟ୍ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପିକୁ ସୁଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଏଥିସହ ରାଜ୍ୟରେ ପ୍ରମୁଖ ବିରୋଧୀ କଂଗ୍ରେସ-ଏନସିପି ଉପରେ ବର୍ଷିଛନ୍ତି । ପିଏମ୍‌ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ କଂଗ୍ରେସ-ଏନସିପି ମେଣ୍ଟର ଆଭିମୁଖ୍ୟ ଓ ଟିପ୍ପଣୀକୁ ପାକିସ୍ତାନ ଭାଷା ସହ ତୁଳନା କରିଛନ୍ତି । ଏହାସହ କାଶ୍ମୀର ସ୍ଥିତି ସମ୍ପୂର୍ଣ୍ଣ ଭାବରେ ସୁଧୁରିବା ପାଇଁ ଆଉ 4 ମାସ ଲାଗିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋଦି ସଭାକୁ ଉଦ୍‌ବୋଧନ ଦେବା ଆରମ୍ଭ ପରେ 5 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନେତୃତ୍ବରେ ବିଜେପି-ଶିବସେନା ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ପରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଧାରା 370 ଉପରେ ବିରୋଧୀଙ୍କ ବୟାନବାଜିକୁ ନେଇ ସମାଲୋଚନା କରିଥିଲେ ମୋଦି ।

ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ନେଇ ମୋଦି କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର, ଲଦାଖ ଭାରତ ପାଇଁ କେବଳ ସାମନ୍ୟ ଭୂ-ଖଣ୍ଡ ନୁହେଁ । ଏହା ଭାରତର ମୁକୁଟ ଅଟେ । ଧାରା 370 ଉଚ୍ଛେଦକୁ ନେଇ କିଛି ଦଳ, ନେତାଙ୍କ ଦ୍ବାରା ବିରୋଧ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ।

ଏହାସହ ମୋଦି ଆହୁରି କହିଛନ୍ତି ଯେ, କାଶ୍ମୀର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ସମସ୍ତ ଦିଗ ଉପରେ ତର୍ଜମା ଓ ସାବଧାନତା ଅବଲମ୍ବନ କରିବା ସହ ସ୍ଥିତି ସାମାନ୍ୟ କରିବା ପାଇଁ ସରକାର ଅହରହ ପ୍ରୟାସରେ ଲାଗିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୪ ମାସରେ ଜମ୍ମୁ ଓ କଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିବ ।

ଏହାସହ ମୋଦି କହିଛନ୍ତି ସମଗ୍ର ଦେଶ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଥିବା ବେଳ ବିରୋଧୀ ମାନେ ଏହାର ଠିକ ବିପରୀତ ଚିନ୍ତାଧାରା ପ୍ରଦର୍ଶନ କରୁଥିଲେ । ବିରୋଧୀଙ୍କ ଭାଷା ପଡୋଶୀ ପାକିସ୍ତାନ ଭାଷା ସହ ଏକଦମ ମେଳ ଖାଉଥିବା କଥା କହି ମୋଦି ତୀବ୍ର ସମାଲୋଚନା କରିଛନ୍ତି ।

ମୋଦି ସାଧାରଣ ସଭାରେ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ଯଦି ସାହସ ଅଛି ତେବେ ନିର୍ବାଚନ ଇସ୍ତାହାରରେ ଧାରା 370କୁ ପୁଣି ଥରେ ଲାଗୁ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି ।

ନିର୍ବାଚନୀ ସଭାରେ ମୋଦି ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ ହୋଇପଡିଛି ବୋଲି ମଧ୍ୟ କହିଛନ୍ତି । ବିରୋଧୀ ଏବେ ବି ବିଜେପି-ଶିବସେନା ମେଣ୍ଟକୁ କର୍ମଶୀଳ ଓ ଶକ୍ତିଶାଳୀ ମାନୁଛନ୍ତି ବୋଲି ପିଏମ କହିଛନ୍ତି ।

Intro:Body:

aaa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.