ETV Bharat / bharat

'ଆବଶ୍ୟକ ହେଲେ ବୃଦ୍ଧି ପାଇବ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ'

author img

By

Published : Aug 2, 2020, 12:22 PM IST

ଭୂମି ପୂଜନ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ଟ୍ରଷ୍ଟରେ କାର ସେବକଙ୍କୁ ସାମିଲ କରିବା ନେଇ ଆନ୍ଦୋଳନ ଚାଲିଛି । ଅଧିକ ପଢନ୍ତୁ...

'ଆବଶ୍ୟକ ହେଲେ ବୃଦ୍ଧି ପାଇବ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ'
'ଆବଶ୍ୟକ ହେଲେ ବୃଦ୍ଧି ପାଇବ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ'

ଲକ୍ଷ୍ନୌ: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟର ଆକାରକୁ ନେଇ କହିଛନ୍ତି ଯେ, ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ। ଯେତେ ଯେତେ ଲୋକମାନେ ଯୋଗଦେବେ ସେତେବେଳେ ଟ୍ରଷ୍ଟର ଆକାର ବୃଦ୍ଧି ପାଇବ। ଭୂମି ପୂଜନ ପ୍ରସ୍ତୁତି ମଧ୍ୟରେ ଅଯୋଧ୍ୟାରେ ଟ୍ରଷ୍ଟକୁ ସ୍ଥିତିକୁ ନେଇ ବିବାଦ ମଧ୍ୟ ରହିଛି। ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଥିବା କେତେକ ଲୋକ ଅଭିଯୋଗ କରିଛନ୍ତି ଯେ, ଟ୍ରଷ୍ଟରେ କାର ସେବକମାନଙ୍କୁ କୌଣସି ସ୍ଥାନ ଦିଆଯାଇ ନାହିଁ। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସମସ୍ତ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, କୌଣସି ବାହାର ଲୋକ ନାହାଁନ୍ତି।

ଅନେକ ଲୋକ ଟ୍ରଷ୍ଟରେ ପରିବର୍ତ୍ତନ ପାଇଁ ପ୍ରଚାର ଅଭିଯାନ କରୁଛନ୍ତି। ସେମାନଙ୍କର ଅଭିଯୋଗ ରହିଛିଯେ, ରାମ ଜନ୍ମଭୂମି ଟ୍ରଷ୍ଟରେ କୌଣସି କାର ସେବକଙ୍କୁ ଅନ୍ତର୍ଭୁକ୍ତ ନକରି ସେମାନଙ୍କ ସଂଘର୍ଷକୁ ଅପମାନିତ କରାଯାଇଛି । ଏହା ବ୍ୟତୀତ ବର୍ତ୍ତମାନ ଟ୍ରଷ୍ଟ ସଦସ୍ୟଙ୍କ ସଂଖ୍ୟାକୁ 108କୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ଏହାକୁ ସମର୍ଥନ କରି ଲୋକମାନେ ଦସ୍ତଖତ ଅଭିଯାନ ଚଳାଉଛନ୍ତି।

ଏଥି ସହିତ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ସାଧାରଣ ସଚିବ ଚମ୍ପତ ରାୟ, ସୁନା ରୂପା ପରିବର୍ତ୍ତେ ଟଙ୍କା ଦାନ କରନ୍ତୁ ବୟାନ ଉପରେ ସେ କହିଛନ୍ତି ଯେ, ଲୋକମାନେ ଶ୍ରଦ୍ଧାର ସହ ଯାହା ଦେବାକୁ ଚାହାଁନ୍ତି ତାହା ଗ୍ରହଣ କରିବା ଉଚିତ। ଟଙ୍କା ନେବାରେ କ’ଣ ଭୁଲ ?

ଅଗଷ୍ଟ 5 ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନକୁ ନେଇ ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି ଯେ, ଅତିଥି ତାଲିକା ବିଷୟରେ ଆମେ ଏପର୍ଯ୍ୟନ୍ତ ସୂଚନା ପାଇନାହୁଁ। ଏଠାରେ ଏକ ବିଶାଳ ଭବ୍ୟ ମନ୍ଦିର ନିର୍ମାଣ ହେବ । ସମସ୍ତ ପ୍ରସ୍ତୁତି ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.