ETV Bharat / bharat

ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନା ପଜିଟିଭ୍

author img

By

Published : Aug 13, 2020, 2:18 PM IST

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ସଂକ୍ରମିତ । ନୃତ୍ୟ ଗୋପାଳ ଦାସଙ୍କୁ ଥଣ୍ଡା, ଜ୍ୱର ଏବଂ ନିଃଶ୍ବାସ ନେବାରେ ଅସୁବିଧା ହେବାରୁ କୋରୋନା ଟେଷ୍ଟ କରାଯାଇଥିଲା । ପରେ ସେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ଅଧିକ ପଢନ୍ତୁ...

ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନା ପଜିଟିଭ୍
ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନା ପଜିଟିଭ୍

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନା ସଂକ୍ରମିତ । ନୃତ୍ୟ ଗୋପାଳ ଦାସଙ୍କୁ ଥଣ୍ଡା, ଜ୍ୱର ଏବଂ ନିଃଶ୍ବାସ ନେବାରେ ଅସୁବିଧା ହେବାରୁ କୋରୋନା ଟେଷ୍ଟ କରାଯାଇଥିଲା । ଏହା ପରେ ତାଙ୍କୁ ଅକ୍ସିଜେନ୍ ଲଗାଯାଇଥିଲା। ନୃତ୍ୟ ଗୋପାଳ ଦାସ ଏବେ ମଥୁରାରେ ଅଛନ୍ତି। ଆଗ୍ରାର ସିଏମଓ ଏବଂ ସମସ୍ତ ଡାକ୍ତର ନୃତ୍ୟ ଗୋପାଳ ଦାସଙ୍କ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନୃତ୍ୟ ଗୋପାଳ ଦାସ,ତାଙ୍କ ସମର୍ଥକ ଏବଂ ମଥୁରାର ଜିଲ୍ଲାଧିକାରୀଙ୍କ ସହ କଥା ହୋଇ ମେଦାନ୍ତ ହସ୍ପିଟାଲର ଡାକ୍ତର ନରେଶ ତ୍ରେହାନଙ୍କ ସହ କଥା ହୋଇଛନ୍ତି ଏବଂ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଜରୁରୀ ମେଡିକାଲ୍ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମହନ୍ତ ମଥୁରାରେ ପହଞ୍ଚିଥିଲେ, ଯେଉଁଠାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପରେ କୋରୋନା ଟେଷ୍ଟ କରାଯିବାରୁ ସେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ମହାରାଜ ଜୀ ପ୍ରାୟ 700 କିଲୋମିଟର ଦୂର ଯାତ୍ରା କରିବା ପରେ ଏଠାରେ ପହଞ୍ଚିଛନ୍ତି ବୋଲି ଗୋପାଳ ଦାସଙ୍କ ଜଣେ ଶିଷ୍ୟ କହିଛନ୍ତି ।

କିଛି ଦିନ ତଳେ ଅଯୋଧ୍ୟାରେ ରାମଲଲାର ୨ଜଣ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ। ଏହା ବ୍ୟତୀତ କେତେକ ପୋଲିସ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.