ETV Bharat / bharat

ବଦଳୁଛି ସମୟ, ହେଲେ ପରମ୍ପରାକୁ ଭୁଲିନାହାନ୍ତି ମହାଲୀ ଆଦିବାସୀ

ଆଧୁନିକତାର ଛାପ ପଡିଛି ସତ । ହେଲେ ପୂର୍ବଜଙ୍କ ପରି ଏବେ ମଧ୍ୟ ପ୍ରକୃତିକୁ ପୂଜା କରୁଛନ୍ତି ଝାଡଖଣ୍ଡର ମହଲୀ ଆଦିବାସୀ । ଆଉ ନିଜ ଆଗାମୀ ପୀଢିକୁ ମଧ୍ୟ ପରମ୍ପରା ବିଷୟରେ ଶିକ୍ଷା ଦେଉଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 8, 2019, 10:20 AM IST

ରାଞ୍ଚି: କଥାରେ ଅଛି ମହାନ କରେ ମହତ କାମ । ଏହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଝାଡଖଣ୍ଡର ମହଲୀ ଆଦିବାସୀର 25ଟି ପରିବାର । ଏହି ପରିବାର ପୂରାତନ ଏବଂ ଐତିହାସିକ ପରମ୍ପରାକୁ ବଜାୟ ରଖିବାକୁ ଆଗେଇ ଆସିଛି । ଆଦିବାସୀ ସଭ୍ୟ ସମାଜର ଏହି ମଣିଷ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖି ନା କେବଳ ଆଗାମୀ ପୀଢିକୁ ଶିକ୍ଷା ଦେଉଛନ୍ତି ବରଂ ଦେଶ ଓ ଦୁନିଆ ସାମ୍ନାରେ ମଧ୍ୟ ଉଦାହରଣ ସାଜିଛନ୍ତି ।

ମହଲୀ ଜାତି ପ୍ରୋଟ୍ରୋସ୍ଟ୍ରାଲାଁୟଡ ପ୍ରଜାତିର ଅଟନ୍ତି । ଯେଁଉ କାରଣରୁ ଏମାନଙ୍କ ମଧ୍ୟରେ ମୁଣ୍ଡା ଓ ସନ୍ତାଳୀ ଜନଜାତିଙ୍କ ଭଳି ସମନତା ଦେଖିବାକୁ ମିଳିଥାଏ । ଏମାନଙ୍କର ଅନେକ ଗୋତ୍ର ମେଳ ହୋଇଥାଏ । ମହଲୀ ଆଦିବାସୀକୁ ଚାରି ବାଗରେ ବଣ୍ଟା ଯାଇଛି । ବାଂଶଫୋଡ ମହଲୀ, ପାତର ମହଲୀ, ସୁଲଂକୀ ଓ ମୁଣ୍ଡା ମହଲୀ । ବାଂଶଫୋଡଙ୍କର ମୁଖ୍ୟ କାର୍ଯ୍ୟ ବାଉଁଶ ସହ ଯୋଡି ହୋଇଥିବା ବେଳେ ସୁଲଂକୀ ଓ ମୁଣ୍ଡା ମହଲୀଙ୍କର ମୁଖ୍ୟ କର୍ଯ୍ୟ ଚାଷ ।

ପ୍ରକୃତି ପୂଜକ ମହଲୀ ଆଦିବାସୀ

ମହଲୀ ଆଦିବାସୀ ପ୍ରକୃତି ପୂଜକ ଅଟନ୍ତି । ସେମାନେ ଜଙ୍ଗଲ, ପାହାଡ, ନଦୀ, ଝରଣା ଓ ସୂର୍ଯ୍ୟଙ୍କୁ ଆରାଧନା କରିଥାନ୍ତି । ସରନା ଧର୍ମର ସୋହରାଇ, ଗୋହାଲ ପୂଜା, କରମା, ଜିତିୟା ପୂଜା କରିବା ସହିତ ହିନ୍ଦୁ ଧର୍ମର ସମସ୍ତ ବ୍ରତ ଓ ପର୍ବ ପାଳନ କରିଥାନ୍ତି । କେତେକ ପୂଜା ପାଠରେ କୁକୁଡା ଓ ଛେଳିର ବଳି ଦିଆଯାଇଥାଏ । ଝାରଖଣ୍ଡରେ ମହଲୀ ସଂପ୍ରଦାୟ ସାଦରୀ, ସନ୍ଥାଳୀ, ନାଗପୁରୀ, ବଙ୍ଗାଳା ଓ ଖୋରଠା ଭାଷା କହିଥାନ୍ତି ।

ଝାଡଖଣ୍ଡର ଏହି ସ୍ଥାନରେ ବାସ କରନ୍ତି

ମହଲୀ ଆଦିବାସୀ ଝାରଖଣ୍ଡର ରାମଗଡ, ରାଞ୍ଚି, ହଜାରୀବାଗ, ଲୋହରଦଗା, ଗୁମଲା, ଧନବାଦ, ବୋକାରୋ, ଜମସେଦପୁର, ଚକ୍ରଧରପୁର, ଗିରହୀଡ, ସଂଥାଳ-ପରଗନା, ସିଂହଭୂମି ଜିଲ୍ଲାରେ ବାସକରନ୍ତି । ତେବେ ଝାଡଖଣ୍ଡରେ ପ୍ରାୟ ଦେଢ ଲକ୍ଷ ଲୋକ ବସବାସ କରୁଛନ୍ତି ।

ସହରୀ ଦୂନିଆକୁ ଆପଣାଇଛନ୍ତି ହଲେ ପରମ୍ପରାକୁ ଭୁଲି ନାହାନ୍ତି

ଦେବଘର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ 50 କିଲୋମିଟର ଦୂରରେ ବାସ କରନ୍ତି ଏହି ମହାଲୀ ଆଦିବାସୀ । ଯେଉଁମାନେ ସହରୀ ଜୀବନକୁ ଆପଣାଇଥିଲେ ମଧ୍ୟ ପୂର୍ବଜ ଓ ଅତିତର ପରମ୍ପରାକୁ ଭୁଲି ନାହାନ୍ତି । ଏବେବି ତାଙ୍କ ଜୀବନ ଜୀବିକାକୁ ପୂର୍ବପରି ଅତିବାହିତ କରୁଛନ୍ତି । ହେଲେ ପୂର୍ବ ଅପେକ୍ଷା ରହଣୀ ଓ ପୋଷାକ ପିନ୍ଧିବାରେ ଡେର ପରିବର୍ତ୍ତନ ଆଣିଛନ୍ତି ଏହି ସଂପ୍ରଦାୟ । ପୂର୍ବପରି ଆସ୍ଥା ବିଶ୍ବାସର ସହ ପୂଜା ପାଠ କରୁଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଖାଦ୍ୟ ଓ ଶିକ୍ଷା

ଭାତ ଆଜିବି ସେମାନଙ୍କର ପ୍ରିୟ ଖାଦ୍ୟ ରହିଛି । କିନ୍ତୁ ଖାଇବାର ପାତ୍ର କେବଳ ପରିବର୍ତ୍ତନ ହୋଇଛି । କାରଣ ପୂର୍ବରୁ ସେମାନେ ପତ୍ରରେ ଖାଉଥିବାବେଳେ ଏବେ ସେମାନେ ଷ୍ଟିଲର ପାତ୍ର ବ୍ୟବହାର କରୁଛନ୍ତି। ଏମାନଙ୍କର ପିଲା ଛୁଆ ମାନେ ମଧ୍ୟ ସ୍କୁଲ ଯାଉଛନ୍ତି । ଶିକ୍ଷା ପ୍ରତି ମଧ୍ୟ ଏମାନଙ୍କର ଆଗ୍ରହ ବଢୁଛି ।

ସ୍ବଚ୍ଛତାର ଝଲକ

ସରକାର ମଧ୍ୟ ଏମାନଙ୍କର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ଗାଁ ଭିତରେ ଅନେକ ପକ୍କା ଘର ରହିଛି । ଗାଁ ରାସ୍ତା ମଧ୍ୟ ଅତ୍ୟନ୍ତ ଉନ୍ନତ ଅଟେ । ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର ଓ ଶୌଚାଳୟ ସମସ୍ତ ସୁବିଧା ରହିଛି ଏହି ଗାଁ ଭିତରେ । ପ୍ରାୟ ସମସ୍ତଙ୍କ ଘରେ ସ୍ବଚ୍ଛତାର ଝଲକ ଦେଖିବାକୁ ମିଳୁଛି । ତେବେ ସରକାର ଏମାନଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିଦିଅନ୍ତୁ ଏମାନଙ୍କର କେବଳ ଏହି ଗୋଟିଏ ଦାବି ରହିଛି।

Intro:Body:

NEWS FOR  LIVE STREAMING 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.