ଚଣ୍ଡିଗଡ: କୋରୋନା କାଳରେ ଅହରହ ଅନୁଭୂତ ହେଉଛି ଭୂକମ୍ପ। ମୃଦୁ ଭୂକମ୍ପରେ ଥରିଲା ହରିୟାଣାର ରୋହତକ। ରିକ୍ଟର ସ୍କେଲରେ 2.3 ମ୍ୟାଗ୍ନିଚ୍ୟୁଡର ରହିଥିବା ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗୁରୁବାର 5.30 ସମୟରେ ହରିୟାଣାର ରୋହତକ ଠାରୁ 15 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ରୋହତକ ନିକଟରେ ଏହା କ୍ରମାଗତ ଦୁଇଦିନରେ ଦ୍ୱିତୀୟ ଭୂକମ୍ପ। ଯେହେତୁ ଗୁରୁବାର ଦିନ ସକାଳ 4.18 ରେ ରିଚ୍ଟର ସ୍କେଲରେ 2.1 ମାପରେ ଆଉ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା।