ETV Bharat / bharat

କର୍ମଚାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ମହିଳା ବ୍ୟବସାୟୀ - ଛତିଶଗଡ ମହିଳାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ

ନିଜ କର୍ମଚାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଛତିଶଗଡର ଜଣେ ମହିଳା ବ୍ୟବସାୟୀ । ବିବାହ ନାମରେ ଶାରୀରିକ ସଂପର୍କ ରଖିଥିଲେ ଅଭିଯୁକ୍ତ। ଅଧିକ ପଢନ୍ତୁ..

ନିଜ ଅଫିସର କର୍ମଚାରୀଙ୍କ ବିରୁଦ୍ଧରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ

author img

By

Published : Oct 10, 2020, 8:52 PM IST

ଭୋପାଳ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ବିବାହ ନ କରିବାରୁ ଛତିଶଗଡର ଜଣେ ମହିଳା ବ୍ୟବସାୟୀ ନିଜ ଅଫିସର କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡିତା ଏସପି ଡଃ ମୋନିକା ଶୁକ୍ଳାଙ୍କୁ ଘଟଣାର ତଦନ୍ତ କରିବା ପାଇଁ ଆବେଦନ କରିଛନ୍ତି ।

2016 ମସିହାରେ ଅଭିଯୁକ୍ତ ଚାକିରି ଅନୁସନ୍ଧାନରେ ଥିବା ବେଳେ ପୀଡିତା ତାକୁ ଅମ୍ବିକାପୁରରେ ଥିବା ନିଜ ଷ୍ଟିଲ କମ୍ପାନୀରେ ଚାକିରି ଦେଇଥିଲେ । ଏହା ପରେ 2ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ଏବଂ ପରେ ଦୁହେଁ ଲିଭ୍ ଇନ୍ ରିଲେସନସିପ୍‌ରେ ରହିଥିଲେ । କିନ୍ତୁ କିଛି ଦିନ ପରେ ଅଭିଯୁକ୍ତ ତାଙ୍କୁ ଛାଡି ଦେଇ ଅଗଷ୍ଟ 20ତାରିଖରେ ମଧ୍ୟପ୍ରଦେଶର କିଶନପୁରରେ ଥିବା ନିଜ ଘରକୁ ପଳେଇଥିଲା ବୋଲି ପୀଡିତା ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଅଭିଯୁକ୍ତ ପରିବାରର ସମ୍ପୃକ୍ତି ରହିଛି ଏବଂ ସେମାନେ ମହିଳାଙ୍କୁ 5ଲକ୍ଷ ଟଙ୍କାରେ ପୁନେରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେବା ସହିତ ତାଙ୍କ ବିରୁଦ୍ଧରେ ଚୋରି ଅଭିଯୋଗ କରିଛନ୍ତି ।

ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ ନକରିବାରୁ ପୀଡିତା ଗତ କିଛି ମାସ ହେବ ନ୍ୟାୟ ପାଇଁ ରାସ୍ତାରେ ବୁଲୁଥିବାର କହିଛନ୍ତି । ମହିଳାଙ୍କ ଅଭିଯୋଗକୁ ପଞ୍ଜିକରଣ କରିବାକୁ ଦେବନଗର ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମଧ୍ୟପ୍ରଦେଶ ରିଜିନର ଏସପି ଡଃ ମୋନିକା ଶୁକ୍ଳା ସୂଚନା ଦେଇଛନ୍ତି।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.