ETV Bharat / bharat

ମଧ୍ୟପ୍ରଦେଶ ଘମାସାନ; ଶୁକ୍ରବାର ବହୁମତ ସାବ୍ୟସ୍ତ କରିବେ କମଳନାଥ

author img

By

Published : Mar 19, 2020, 9:11 PM IST

ଶୁକ୍ରବାର ନିର୍ଣ୍ଣୟ ହେବ ମଧ୍ୟପ୍ରଦେଶରେ କମଳ ଝଡିବେ ନା କମଳ ଫୁଟିବ । କାହା ପାଖରେ ଅଛି ସଂଖ୍ୟା ଗରିଷ୍ଠତା ? କଂଗ୍ରେସ ନା ବିଜେପି । ଏସବୁର ସ୍ପଷ୍ଟଚିତ୍ର ମିଳିବ ଶୁକ୍ରବାର ସଂଧ୍ୟା 5ଟା ସୁଦ୍ଧା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

madhya pradesh political crisis
madhya pradesh political crisis

ନୂଆଦିଲ୍ଲୀ: ଶୁକ୍ରବାର ଫୈସଲା ହେବ ମଧ୍ୟପ୍ରଦେଶ କାହାର ? ଗତ କିଛିଦିନ ଧରି ଚାଲିଥିବା ମଧ୍ୟପ୍ରଦେଶ ସରକାରଙ୍କ ସଂକଟ ଏବେ ଆହୁରି ବଢିଯାଇଛି । ସରକାର ବଞ୍ଚାଇବାକୁ କମଳନାଥ ସବୁ ଶକ୍ତି ଲଗାଇ ଥିବାବେଳେ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ବିଜେପି ଦାବି କରିଆସୁଥିଲା । ଏହି ବାକଯୁଦ୍ଧ ମଧ୍ୟରେ ମାମଲା ଦେଶର ସର୍ବୋଚ୍ଚ ଅଦଲାତରେ ଯାଇ ପହଞ୍ଚିଥିଲା । ଲଗାତର 3 ଦିନର ଶୁଣାଣି ପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ସମସ୍ତପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଶୁକ୍ରବାର ସଂଧ୍ୟା 5ଟା ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶ କମଳନାଥଙ୍କ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବର୍ତ୍ତମାନର ପରିସଂଖ୍ୟାନ ଅନୁସାରେ ଯଦି ସବୁ ଠିକ ରୁହେ କଂଗ୍ରେସ ସରକାର ଭାଙ୍ଗିବା ସୁନିଶ୍ଚିତ । କୋର୍ଟ ଏହାମଧ୍ୟ କହିଛନ୍ତି ସ୍ଥଗିତ ହୋଇଥିବା ବିଧାନସଭା ଶୁକ୍ରବାର ପୁଣିଥରେ ସ୍ବତନ୍ତ୍ର ଅଧିବେଶନ ଡକାଇ ସରକାର ବହୁମତ ପରୀକ୍ଷା କରନ୍ତୁ । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ଯେଉଁ ବିଦ୍ରୋହୀ ବିଧାୟକ ମାନେ ବେଙ୍ଗାଲୁରୁରେ ଅଛନ୍ତି ସେମାନେ ଯଦି ଅଧିବେଶନରେ ସାମିଲ ହେବାପାଇଁ ଚାହିଁବେ ତାଙ୍କର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଦ୍ରୋହୀ ବିଧାୟକ ଆସିବେ କି ନଆସିବେ ତାହା ତାଙ୍କର ବିବେକ ଉପରେ ଛାଡିଛନ୍ତି କୋର୍ଟ । ଏହାସହ କୋର୍ଟ ସ୍ପଷ୍ଟ କରିଛନ୍ତି ମଧ୍ୟପ୍ରଦେଶ ସରକାର ଓ ବିଧାନସଭା ସହ ଜଡିତ ସମସ୍ତ ଅଧିକାରୀ ସୁନିଶ୍ଚିତ କରିବେ କୌଣସି ସାମ୍ବିଧାନିକ ନିୟମ ଯେମିତି ଉଲ୍ଲଘଂନ ହେବନାହିଁ । କୋର୍ଟଙ୍କ ଏହି ନିର୍ଦ୍ଦେଶ ବିଜେପିକୁ ଆଶ୍ବସ୍ତ କରିଥିବା ବେଳେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି ।

ଅନ୍ୟପଟେ ଉଭୟ ବିଜେପି କଂଗ୍ରେସ ବର୍ତ୍ତମାନ ନିଜନିଜ ରଣନୀତି ପ୍ରସ୍ତୁତରେ ଲାଗିପଡିଛନ୍ତି । ଭୋପାଳ ଭାୟା ବେଙ୍ଗାଲୁରୁ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଏବେ ରାଜନୀତି ସରଗରମ ହୋଇପଡିଛି । ବିଜେପି ସତ୍ତା ଓଲଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ବ ସିନ୍ଧିଆଙ୍କୁ ଦାୟିତ୍ବ ଦେଇଛି । ଆଉ ସମସ୍ତ ରଣନୀତିର ପୁରୋଧା ସାଜିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ସେପଟେ କମଳନାଥ ମଧ୍ୟ ପୁରୁଖା ସାରଥୀ ଦିଗବିଜୟ ସିଂଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ନେଇ ସରକାର ବଞ୍ଚାଇବାକୁ ସବୁ ବିକଳ୍ପ ଉପରେ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.