ETV Bharat / bharat

ଓବିସି ସଂରକ୍ଷଣ ବୃଦ୍ଧି ନେଇ ମଧ୍ୟପ୍ରଦେଶ ସରକାର ଆଗତ କରିବେ ବିଲ୍ - reservation

ସୋମବାର କମଲନାଥ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ପୂର୍ବରୁ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷିତ କୋଟାକୁ 14 ରୁ 27 ପ୍ରତିଶତକୁ ବୃଦ୍ଧି ପାଇଁ ମଞ୍ଜୁରୀ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 4, 2019, 10:03 AM IST

ଭୋପାଳ: ଆକ୍ସନ ମୁଡରେ ମଧ୍ୟପ୍ରଦେଶର କଂଗ୍ରେସ ସରକାର କମଲ ନାଥ । ସୋମବାର କମଲନାଥ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ପୂର୍ବରୁ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷିତ କୋଟାକୁ 14 ରୁ 27 ପ୍ରତିଶତକୁ ବୃଦ୍ଧି ପାଇଁ ମଞ୍ଜୁରୀ ଦେଇଛନ୍ତି । ଯାହାକୁ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ସର୍ବପ୍ରଥମେ ଉପସ୍ଥାପିତ କରାଯିବ ।

ତେବେ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନିକ ବିଭାଗ ଏହି ଓବିସି କୋଟାକୁ 14 ରୁ 27 ପ୍ରତିଶତ ବୃଦ୍ଧିକୁ ଗ୍ରୀନ ସିଗନାଲ ଦେଇଛନ୍ତି । ମୁଖ୍ୟତଃ ମଧ୍ୟପ୍ରଦେଶ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି କ୍ଷେତ୍ରରେ 14 ରୁ 27 ପ୍ରତିଶତ ବଢାଇଛନ୍ତି । ଏହି ନିୟମକୁ ସବୁ ବିଭାଗରୁ ଗ୍ରହଣ କରାଯାଇଥିବା ବେଳେ ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ ।

ଏହାସହ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷିତ କୋଟା 36 ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଯାହା ଲୋକସଭା ନିର୍ବାଚନ ସମୟରେ ପାରିତ ହୋଇଥିଲା । ପୂର୍ବରୁ କମଲନାଥ ସରକାର ରାଜ୍ୟରେ 33 ଆଇଏସ ଅଫିସରଙ୍କୁ ଶନିବାର ମଧ୍ୟରାତ୍ରୀରେ ସ୍ଥାନାନ୍ତର କରିଛନ୍ତି ।

ଏହାସହ 2 ଘଣ୍ଟା ପୂର୍ବରୁ 37 ଜଣ ଆଇପିଏସ ଅଫିସରଙ୍କ ସ୍ଥାନାନ୍ତରଣ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିଛି କଂଗ୍ରେସ । ବିଏସପି ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଏଠି ସରକାର ଗଠନ ହୋଇଛି ।

Intro:Body:

csc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.