ETV Bharat / bharat

ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗର 100 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ - ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶ ସ୍ବାସ୍ଥ୍ୟବିଭାଗର 100 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଥିସହ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗର 4 ଆଇଏଏସ ଅଫିସର ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

corona
ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗର 100 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ
author img

By

Published : Apr 27, 2020, 3:36 PM IST

ଭୋପାଳ: ସମଗ୍ର ଦେଶରେ କୋରୋନା ଆତଙ୍କ ଖେଳାଇଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟବିଭାଗର 100 ଜଣ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗର 4 ଆଇଏଏସ ଅଫିସର ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ଏପଟେ ଏତେ ସଂଖ୍ୟକ ଅଧିକାରୀ କୋରୋନା ଆକ୍ରାନ୍ତ ହେବାକୁ ନେଇ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ଯାଞ୍ଚରୁ ଜଣାପଡିଛି ଯେ, ଡେପୁଟି ଡାଇରେକ୍ଟର ରାଙ୍କର ଏକ ଅଧିକାରୀଙ୍କ ଦ୍ବାରା ଏହି ସଂକ୍ରମଣ ବ୍ୟାପିଛି । ଉକ୍ତ ଅଧିକାରୀ ଜଣଙ୍କ ଭଲବୋ ବସ ଜରିଆରେ ଇନ୍ଦୋରରୁ ଭୋପାଳ ଆସିଥିଲେ ।

ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଏକ ସୂତ୍ରରୁ ଜଣାପଡିଛି ଯେ, ଡେପୁଟି ଅଫିସର ଯେତେବେଳେ ଭୋପାଳ ଆସିଥିଲେ ସେତେବେଳେ ତାଙ୍କର କୋରୋନା ପରୀକ୍ଷା କରାଯାଇନଥିଲା । ଏଥିସହ ସରକାରଙ୍କ ସୂତ୍ର ଏହା ମଧ୍ୟ କହିଛନ୍ତି ଯେ, ସେତେବେଳେ ଭାଇରସକୁ ନେଇ କାହାର କୌଣସି ଜ୍ଞାନ ନଥିଲା । ଲୋକ କେବଳ କାଶ ଏବଂ ଥଣ୍ଡାର ଚିକିତ୍ସା କରୁଥିଲେ । ଏବଂ ଡାକ୍ତର ମଧ୍ୟ ସେହି ହିସାବରେ ଔଷଧ ଦେଉଥିଲେ ।

ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ପଲବୀ ଜୈନ ଗୋବିଲ ଏବଂ ବିଭାଗର ଅଧ୍ୟକ୍ଷ ଜେ ବିଜୟ କୁମାର ମଧ୍ୟ କୋରୋନା ପଜେଟିଭ ଥିବା ଜଣାପଡିଛି । ତେବେ ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିବାର କାରଣ ହେଉଛି, ଏହି ଅଧିକାରୀ ମାନେ କୋରୋନା ଯୁଦ୍ଧରେ ଆଗରେ ଲଢୁଥିବା ଅଧିକାରୀ ନୁହଁନ୍ତି । ଅଧିକାଂଶ ଅଧିକାରୀ ସଚ୍ଚିବାଳାୟ ମଧ୍ୟରେ ବସି କାମ କରନ୍ତି ।

ପ୍ରକାଶ ଥାଉକି, ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା କାରଣରୁ 103 ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ଇନ୍ଦୋରେ ସର୍ବାଧିକ କୋରୋନା ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ଇନ୍ଦୋରରେ 1207 କୋରୋନା ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ 60 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.