ETV Bharat / bharat

ଏହି ରାଜ୍ୟରେ ହୋମ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ଦବାକୁ ପଡିବ 2 ହଜାର ଟଙ୍କା ଜୋରିମାନା - mp news

ମଧ୍ୟପ୍ରଦେଶରେ କୋରୋନା ସଂକ୍ରମଣକୁ ରୋକିବାକୁ ସରକାରଙ୍କ ନିରନ୍ତର ଚେଷ୍ଟା ଜାରି ରହିଛି । ଏଭଳି ସ୍ଥିତିରେ ହୋମ କ୍ବାରେଣ୍ଟାଇନକୁ ନେଇ ନୂଆ ନିୟମ ଲାଗୁ ହୋଇଛି । ଅଧିକ ପଢନ୍ତୁ...

ଏହି ରାଜ୍ୟରେ ହୋମ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ଦବାକୁ ପଡିବ 2 ହଜାର ଟଙ୍କା ଜୋରିମାନା

author img

By

Published : May 29, 2020, 6:58 AM IST

ଭୋପାଳ: ମଧ୍ୟପ୍ରଦେଶରେ ଏବେ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିବା ଲୋକଙ୍କୁ ମହଙ୍ଗା ହେବ । ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଦି କେହି ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ କରେ ତେବେ ତାଙ୍କୁ 2 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ।

ବୁଧବାର ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହା ମଧ୍ୟ କହିଛି ଯେ, ହୋମ କ୍ବାରେଣ୍ଟାଇନ ନିୟମ ଦ୍ୱିତୀୟ ଥର ପାଇଁ ଭାଙ୍ଗିଲେ ଉକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯିବ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ସାମାନ୍ୟ ଫ୍ଲୁର ଲକ୍ଷଣ ଦେଖାଯାଏ, ତେବେ ଲୋକମାନେ ନିଜେ ଘର କ୍ବାରେଣ୍ଟାଇନରେ ରହିବା ଉଚିତ । କୋଭିଡ-19 ମହାମାରୀ ସମୟରେ କୋରୋନା ସନ୍ଦିଗ୍ଧମାନଙ୍କୁ ମଧ୍ୟ କ୍ୟାରେଣ୍ଟାଇନରେ ରହିବାକୁ ପଡ଼ିବ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 7 ହଜାର 261 ଜଣ ଆକ୍ରାନ୍ତ ହୋଇଥିବାବେଲେ, ସେଥିମଧ୍ୟରୁ 313 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । 3 ହଜାର 927 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ 3 ହଜାର 1ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.