ETV Bharat / bharat

ମଧ୍ୟପ୍ରଦେଶ ମାମଲା;  ଫ୍ଲୋରଟେଷ୍ଟ ନିର୍ଦ୍ଦେଶ ଠିକଥିଲା, କଂଗ୍ରେସ ଯାଚିକା ଖାରଜ - ମଧ୍ୟପ୍ରଦେଶ ମାମଲା

ସଙ୍କଟ ଘଡିରେ ବି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶ ସରକାରଙ୍କ ଫ୍ଲୋରଟେଷ୍ଟ ଉପରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ମାମଲା;  ଫ୍ଲୋରଟେଷ୍ଟ ନିର୍ଦ୍ଦେଶ ଠିକଥିଲା, କଂଗ୍ରେସ ଯାଚିକା ଖାରଜ

author img

By

Published : Apr 13, 2020, 2:13 PM IST

ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କୋରୋନାକୁ ନେଇ ସଂକଟରେ ଥିବାବେଳେ ଦେଶର ସର୍ବୋଚ୍ଚ ଅଦାଲତ କିନ୍ତୁ ନିଜ କାର୍ଯ୍ୟଧାରା ଜାରି ରଖିଛନ୍ତି । ସୋମବାର ଭିଡିଓ କନଫରେନ୍ସିଂ ଯୋଗେ ମଧ୍ୟପ୍ରଦେଶ ରାଜନୀତି ସଂକଟର ଶୁଣାଣି କରିଛନ୍ତି । ଗତ ମାସରେ ରାଜ୍ୟରେ ଦେଖାଦେଇଥିବା ରାଜନୀତି ସଂକଟ ପାଇଁ ସେତେବେଳେର ବିଜେପି ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାୟର କରିଥିବା ଯାଚିକାର ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଗତମାସରେ ରାଜ୍ୟପାଳ ଫ୍ଲୋରଟେଷ୍ଟ ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ସଠିକ ଥିଲା ।

କଂଗ୍ରେସ ନେତା ତଥା ସେତେବେଳେର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପକ୍ଷରୁ ଦାୟର ଯାଚିକାକୁ ଅଦାଲତ ଖାରଜ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି କୌଣସି ଅସାମ୍ବିଧାନିକ ନିର୍ଣ୍ଣୟ ନେଇନାହାଁନ୍ତି । କେବଳ ନିଜ ଅଧିକାର ପରିସରରେ ଥିବା କର୍ତ୍ତବ୍ୟକୁ ପାଳନ କରିଛନ୍ତି । ଯେଉଁଥିରେ କଂଗ୍ରେସ ସରକାରକୁ ଫ୍ଲୋରଟେଷ୍ଟ ପାଇଁ ଅନୁମତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତମାସ ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ହାଇଡ୍ରାମାରେ ବିଜେପି ସରକାରଙ୍କ ବହୁମତ ପରୀକ୍ଷା ଦାବି କରିଥିଲା । ଯେତେବେଳେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଲା କଂଗ୍ରେସ ସରକାର ବହୁମତ ଦେଇନଥିଲେ । ଅପରପକ୍ଷେ ବାଚସ୍ପତି କୋରୋନା ଭାଇରସ ପାଇଁ ଗୃହକୁ ମୁଲତବୀ କରିଦେଇଥିଲେ । ଏପରିକି ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ବାଚସ୍ପତି ପାଳନ କରିନଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ଶିବରାଜ ସିଂ ଚୌହ୍ବାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି (ସୋମବାର) ଜଷ୍ଟିସ ୱାଇ ଚନ୍ଦ୍ରଚୂଡ ଏହାର ଶୁଣାଣି କରି କଂଗ୍ରେସ ଦାଖଲ କରିଥିବା ଯାଚିକାକୁ ଖାରଜ କରି ରାଜ୍ୟପାଳଙ୍କ ନିଷ୍ପତିକୁ ଠିକ ବୋଲି ଦର୍ଶାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.