ଲକ୍ଷ୍ମୌ: କୋରୋନା ପାଇଁ ସାରା ବିଶ୍ବ ଯେପରି ଅନ୍ଧକାର ମୟ। ଦୀର୍ଘଦିନ ଧରି ବନ୍ଦ ପଡିଥିଲା କାର୍ଯ୍ୟାଳୟରୁ ଦେବାଳୟ ଓ ସଂଗ୍ରହାଳୟ। ପରିସ୍ଥିତିରେ ସୁଧାର ନଆସିଥିଲେ ମଧ୍ୟ କଟକଣାରେ ମିଳିଛି କିଛି ରିହାତି।
ତେବେ ଏଥିରେ ବିଭିନ୍ନ ଚିଡିଆନା ଗୁଡିକୁ ଖୋଲାଯାଇଛି। ହେଲେ ବୁଲିବାକୁ ଆସୁଛନ୍ତି ଖୁବ୍ କମ ସଂଖ୍ୟକ ପର୍ଯ୍ୟଟକ। ତେଣୁ ଆଗନ୍ତୁକ ଦର୍ଶକଙ୍କୁ ଖୁସି କରିଛି ଲକ୍ଷ୍ମୌର ପ୍ରାଣୀ ଉଦ୍ୟାନରେ ସାରୁସ ପକ୍ଷୀ। ଏକ ଶିଶୁ ସାରୁସ କ୍ରେନକୁ ଜନ୍ମ ଦେଇଛି, ଯାହା ଏବେ ଦର୍ଶକଙ୍କ ପାଇଁ ଆକର୍ଷଣ ପାଲଟିଛି ।
ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ରାଜେନ୍ଦ୍ର ସିଂ କହିଛନ୍ତି, "ଅନେକ ପକ୍ଷୀ ଏଠାରେ ନିୟମିତ ଭାବେ ଅଣ୍ଡା ଦିଅନ୍ତି, ସାରୁସ୍ କ୍ରେନ୍ ଚଳିତ ବର୍ଷ ମଧ୍ୟ ଏକ ଶିଶୁ କ୍ରେନ୍ ଜନ୍ମ ଦେଇଥିଲେ। ତାର ଏହି ଦୁଇ ଦିନିଆ ଶିଶୁ ଏବଂ ସେ ସୁସ୍ଥ ଅଛନ୍ତି।"
ତେବେ କୋଭିଡ୍ 19 ପରେ ଚିଡିଆଖାନା ପରିଦର୍ଶନରେ ଆସିଥିବା ଜଣେ ପର୍ଯ୍ୟଟକଙ୍କ କହିବା ଅନୁସାରେ, ପୂର୍ବରୁ ବହୁତ ସଂଖ୍ୟ ପଶୁଙ୍କୁ ଦେଖୁଥିଲୁ ଏବେ ଏହି ପକ୍ଷୀକୁ ଦେଖିବା ପରେ ଖୁବ୍ ଭଲ ଲାଗୁଛି।
ସାରୁସ୍ ହେଉଛି ଉତ୍ତରପ୍ରଦେଶର ରାଜ୍ୟ ପକ୍ଷୀ । ଏହାର ରଙ୍ଗ ଲାଲ, ଉପର ବେକ ଏବଂ ଧଳା ରଙ୍ଗର ଚିହ୍ନ ରହିବା ସହିତ ଏହା ଦୁନିଆର ଉଚ୍ଚତମ ଉଡ଼ୁଥିବା ପକ୍ଷୀମାନଙ୍କ ମଧ୍ୟରେ ସାମିଲ ଅଛି। ଏବଂ ସାଧାରଣତଃ ବର୍ଷା ରତୁରେ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ପ୍ରଜନନ କରିଥାଏ ।