ETV Bharat / bharat

ପେଟ୍ରୋଲ ପମ୍ପ କ୍ୟାସିଅରଙ୍କୁ ଗୁଳିମାଡ, ବଞ୍ଚିଗଲା ଜୀବନ ଓ ଟଙ୍କା - cashier

ଉତ୍ତର ପ୍ରଦେଶର ପେଟ୍ରୋଲ ପମ୍ପରେ ଗୁଳିକାଣ୍ଡ । ଗୁଳିମାଡ କରି ଲୁଟ ଉଦ୍ୟମ କରିବାକୁ ପ୍ରୟାସ କରୁଥିବା ବେଳେ ଯୋଜନା ହୋଇଛି ପଣ୍ଡ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 29, 2019, 1:30 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ବୁଦ୍ଧେଶ୍ବର ନିକଟସ୍ଥ ପେଟ୍ରୋଲ ପମ୍ପରେ ଗୁଳିକାଣ୍ଡ । ପେଟ୍ରୋଲ ପମ୍ପର କ୍ୟାସିଅର ଓ ତାଙ୍କ ବନ୍ଧୁଙ୍କୁ ଗୁଳିମାଡ କରି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । କିନ୍ତୁ ଏଥିରେ ସଫଳ ହୋଇ ପାରି ନଥିଲେ ଲୁଟେରା । ମାତ୍ର ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ।

କ୍ୟାସିଅର ସୁଧୀର ମଙ୍ଗଳବାର ତାଙ୍କ ବନ୍ଧୁ ଆଲୋକଙ୍କ ସହ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ । ବ୍ୟାଙ୍କକୁ ଯିବା ରାସ୍ତାରେ ଲୁଟେରା ଆକ୍ରମଣ କରିବା ଫଳରେ ସୁଧୀର ଗାଡିରୁ ତଳେ ପଡି ଅଚେତ ହୋଇଯାଇଥିଲେ ।

ସେପଟେ ସେମାନେ ନେଇ ଯାଉଥିବା 4-5 ଲକ୍ଷ ଟଙ୍କାବ୍ୟାଗକୁ ଲୁଟ କରି ପାରି ନାହାନ୍ତି ଲୁଟେରା । ଘଟଣାକୁ ନେଇ ମାମଲା ରୁଜୁ କରାଯାଇ ଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ତଦନ୍ତ ଜାରି ରହିଛି । ସୁତ୍ରାନୁଯାୟୀ, ଉକ୍ତ ପେଟ୍ରୋଲ ପମ୍ପଟି ବିଜେପି ବିଧାୟକ ନୀରଜ ବୋରାଙ୍କ ସମ୍ପର୍କୀୟଙ୍କ ଅଟେ ।

Intro:Body:

dd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.