ETV Bharat / bharat

ୟୁପି CAA ହିଂସା: 100ରୁ ଊର୍ଦ୍ଧ୍ବ ଲୋକଙ୍କୁ ନୋଟିସ୍ ଜାରି - up caa protest]

ଆକ୍ସନ ମୁଡରେ ଲକ୍ଷ୍ନୌ ପୋଲିସ । ଗତ 19 ଡିସେମ୍ବରରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହୋଇଥିବା ହିଂସାରେ ସାମିଲ ଥିବା ବିରୋଧ ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯାହା ଫଳରେ ପୋଲିସ 100ରୁ ଅଧିକ ଲୋକଙ୍କୁ ପ୍ରଶାସନ ନୋଟିସ ପଠାଇଛି । ଏଥିସହ ପ୍ରଶାସନ ଅଭିଯୁକ୍ତଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ କରିଛି ।

_caa protest
_caa protest
author img

By

Published : Dec 26, 2019, 11:49 AM IST

ଲକ୍ଷ୍ନୌ: ଆକ୍ସନ ମୁଡରେ ଲକ୍ଷ୍ନୌ ପୋଲିସ । ଗତ 19 ଡିସେମ୍ବରରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହୋଇଥିବା ହିଂସାରେ ସାମିଲ ଥିବା ବିରୋଧ ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯାହା ଫଳରେ ପୋଲିସ 100ରୁ ଅଧିକ ଲୋକଙ୍କୁ ନୋଟିସ ପଠାଇଛି । ଏଥିସହ ପ୍ରଶାସନ ଅଭିଯୁକ୍ତଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ କରିଛି ।

ଏପଟେ ଯେଉଁ ପରିବାରଙ୍କୁ ସମ୍ପତ୍ତି ଜବତ ହେବାର ନୋଟିସ ପଠାଯାଇଛି ସେମାନେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ମାତ୍ର ପୋଲିସ ତାର ତଦନ୍ତ ଜାରି ରଖିଛି । ତେବେ ୟୁପିରେ ମୋଟ 10 ହଜାରରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହ ଏହି ଘଟଣାରେ 100ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ପାଖାପାଖି 6000 ଲୋକଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ୟୁପିରେ ଘଟିଥିବା ହିଂସା ଦ୍ବାରା ସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି କ୍ଷତିକୁ ପୂରା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ଘୋଷଣା ନିଜେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ।

ଏପଟେ ସରକାରଙ୍କ ତରଫରୁ ପ୍ରଦର୍ଶନକାରୀଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯାଇଛି । ନୋଟିସ୍ ଆଧାରରେ ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ପକ୍ଷ ରଖିବାକୁ ପଡିବ । ତେବେ ଯଦି ସେମାନେ ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିପାରନ୍ତି, ତେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ରାଶି ଭରିବାକୁ ପଡିବ । ତେବେ ଏହି ନିର୍ଦ୍ଧାରିତ ରାଶି ମଧ୍ୟରେ ଜେଲ ଦଣ୍ଡ ମଧ୍ୟ ସାମିଲ ଅଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.