ETV Bharat / bharat

ଆରବିଆଇରେ ଜମା ହୋଇଛି ୧ କୋଟିର ନକଲି ନୋଟ୍ - RBI

ଭାରତୀୟ ରିଜର୍ଭ ବ୍ୟାଙ୍କର କରେନ୍ସି ଚେଷ୍ଟରେ ଜମାହୋଇଛି ୧ କୋଟି ନକଲି ନୋଟ୍ । ଏନେଇ ଲକ୍ଷ୍ନୌ ମହାନଗର ନିଗମ କୋତୱାଲିରେ ଥିବା ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଅଭିଯୋଗ ପରେ ଜୋରଦାର ଚାଲିଛି ତନାଘନା । ଅଧିକ ପଢନ୍ତୁ...

Lucknow: Fake notes 'worth' Rs 1 crore deposited in RBI currency chest
ଆରବିଆଇରେ ଜମାହୋଇଛି ୧ କୋଟିର ନକଲି ନୋଟ୍, ଯାଞ୍ଚ୍ ଜାରୀ
author img

By

Published : Sep 28, 2020, 12:54 PM IST

ଲକ୍ଷ୍ନୌ:ଭାରତୀୟ ରିଜର୍ଭ ବ୍ୟାଙ୍କର କରେନ୍ସି ଚେଷ୍ଟରେ ଜମାହୋଇଛି ୧ କୋଟି ନକଲି ନୋଟ୍ । ଏନେଇ ଅଭିଯୋଗ ପରେ ଜୋରଦାର ଚାଲିଛି ତନାଘନା । ଲକ୍ଷ୍ନୌ ମହାନଗର ନିଗମ କୋତୱାଲିରେ ଥିବା ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର 2017ରୁ 2018 ମଧ୍ୟରେ ଅନେକ ବ୍ୟାଙ୍କରେ 1 କୋଟି ଟଙ୍କା ନକଲି ନୋଟ୍ ଜମା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆସିଷ୍ଟାଣ୍ଟ ମ୍ୟାନେଜର ରଞ୍ଜନ ମରାଭିଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ଭାରତର ରିଜର୍ଭ ବ୍ୟାଙ୍କ କରେନ୍ସି ଚେଷ୍ଟରେ ୧୫୪୩୬ଟି ନକଲି ନୋଟ୍ ଜମା ହୋଇଥିଲା । ତେବେ ଯାଞ୍ଚ ସମୟରେ ୫୦୦ ଟଙ୍କିଆ ୯୭୫୩ ଏବଂ ହଜାରେ ଟଙ୍କିର ୫୭୮୩ଟି ନକଲି ନୋଟ୍ ମିଳିଥିଲା । ଉଦ୍ଧାର ହୋଇଥିବା ମୋଟ ନକଲି ନୋଟଗୁଡିକ ପାଖାପାଖି 1.05 କୋଟି ଟଙ୍କା ଅଟେ।

ଆସିଷ୍ଟାଣ୍ଟ ମ୍ୟାନେଜର ମହାନଗର ନିଗମ ପୋଲିସକୁ ନକଲି ନୋଟଗୁଡିକର ଫୋରେନସିକ୍ ଯାଞ୍ଚ କରିବାକୁ ମଧ୍ୟ କହିଛନ୍ତି। ମହାନଗର ଇନ୍ସପେକ୍ଟର ଯଶକାନ୍ତ ସିଂ କହିଛନ୍ତି ଯେ, ରଞ୍ଜନ ମରାଭିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.