ETV Bharat / bharat

CAA: କଂଗ୍ରେସ ସଂଖ୍ୟାଲଘୁ ସେଲ ଚେୟାରମ୍ୟାନ ଗିରଫ, କର୍ମୀଙ୍କ ଉପରେ ଲାଠିଚାର୍ଜ - କଂଗ୍ରେସ ସଂଖ୍ୟାଲଘୁ ସେଲର ଚେୟାରମ୍ୟାନ୍

ଶାହନାୱାଜ ଆଲମ କଂଗ୍ରେସ ସଂଖ୍ୟାଲଘୁ ସେଲର ଚେୟାରମ୍ୟାନ୍ ଶାହନାୱାଜ ଆଲମ ଗିରଫ । ଗତବର୍ଷ ଡିସେମ୍ବରରେ CAA ଏବଂ NRC ବିରୋଧରେ ପ୍ରଦର୍ଶନ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

CAA: କଂଗ୍ରେସ ସଂଖ୍ୟାଲଘୁ ସେଲ ଚେୟାରମ୍ୟାନ ଗିରଫ, କର୍ମୀଙ୍କ ଉପରେ ଲାଠିଚାର୍ଜ

author img

By

Published : Jun 30, 2020, 4:03 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ କଂଗ୍ରେସ ନେତା ଶାହନାୱାଜ ଆଲମଙ୍କୁ ପୋଲିସ ଗିରଫ କରିଛି । ଶାହନାୱାଜ ଆଲମ କଂଗ୍ରେସ ସଂଖ୍ୟାଲଘୁ ସେଲର ଚେୟାରମ୍ୟାନ୍ ଅଟନ୍ତି । ଗତ ବର୍ଷ ଡିସେମ୍ବରରେ CAA ଏବଂ NRC ବିରୋଧରେ ପ୍ରଦର୍ଶନ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟ ଗଲ୍ଫ ଲିଙ୍କ୍ ଆପାର୍ଟମେଣ୍ଟ ସମ୍ମୁଖରେ ଶାହନାୱାଜ ଆଲମଙ୍କୁ ଉଠାଇ ନେଇଥିଲା। ସେହିଭଳି ଆଶିଷ ଆୱସ୍ତିଙ୍କୁ ମଧ୍ୟ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଆଶିଷ ଆୱସ୍ତି ୟୁପିସିସିର ସୋସିଆଲ ମିଡିଆ କାର୍ଯ୍ୟରେ କାମ କରନ୍ତି । ଆଶିଷ ଆୱସ୍ତିଙ୍କ ଗିରଫଦାରୀ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

ତେବେ ସୂଚନା ପାଇ ୟୁପି କଂଗ୍ରେସ ସଭାପତି ଅଜୟ ସିଂ ଲାଲୁ ଏବଂ କଂଗ୍ରେସ ବିଧାନସଭା ପାର୍ଟି ନେତା ସେମାନଙ୍କ ସମର୍ଥକଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚି ସେମାନଙ୍କୁ ମୁକ୍ତ କରିବା ପାଇଁ ହଙ୍ଗାମା ଆରମ୍ଭ କରିଥିଲେ । ଯେତେବେଳେ କଂଗ୍ରେସ ନେତାଙ୍କ ଗଣ୍ଡଗୋଳ ବଢିବାରେ ଲାଗିଲା, ସେତେବେଳେ ପୋଲିସ ଲାଠି ଚାର୍ଜ କରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୈତିକ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ।

ତେବେ କ୍ରାଇମ ନମ୍ବର 600/19 ଅନୁଯାୟୀ 19-12-2019 ରେ CAA ଏବଂ NRC ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିବାର ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଆଗକୁ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ପୋଲିସ ସେମାନଙ୍କୁ ମୁକ୍ତ ନକରନ୍ତି ତେବେ କଂଗ୍ରେସ ଆଗକୁ ଜୋରଦାର ବିରୋଧ କରିବ ବୋଲି ଅଜୟ କୁମାର ଲାଲୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.