ETV Bharat / bharat

ରିୟାଧରୁ 136 ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ - ରିୟାଧରୁ ଫେରିଲେ ଫସିଥିବା 136 ଭାରତୀୟ

ଏୟାର ଇଣ୍ଡିଆ ବିମାନ ନମ୍ବର 926 ରେ 136 ଭାରତୀୟ ଏବଂ ଜଣେ ନବଜାତକ ସ୍ବଦେଶ ଫେରିଛନ୍ତି । ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍ କରି ଏହି ସୂଚନା ଦେଇଛି ।ଅଧିକ ପଢନ୍ତୁ...

ରିୟାଧରୁ 136 ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

author img

By

Published : Jun 1, 2020, 9:00 PM IST

ଲକ୍ଷ୍ନୌ: ବନ୍ଦେ ଭାରତ ମିଶନର ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ଜାରି ରହିଛି । ଏବେ ଯାଏଁ ପ୍ରାୟ 50 ହଜାରରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଗଲାଣି । ସୋମବାର ଆଉ 136 ପ୍ରବାସୀ ଭାରତୀୟ ସାଉଦି ଆରବରୁ ଫେରିଛନ୍ତି ।

ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍ କରି ଏହି ସୂଚନା ଦେଇଛି । ଏୟାର ଇଣ୍ଡିଆ ବିମାନ (926)ରେ 136 ଭାରତୀୟ ଏବଂ ଜଣେ ନବଜାତକ ସ୍ବଦେଶ ଫେରିଛନ୍ତି । ଏମାନେ ରିୟାଧ ଏୟାରପୋର୍ଟରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛନ୍ତି । ଏଠାରୁ ସମସ୍ତଙ୍କୁ ବସ ଯୋଗେ ନିଜ ନିଜ ଘରକୁ ପଠାଇବାର ଯୋଜନା କରାଯାଇଛି । ଏୟାରପୋର୍ଟରେ ଯାତ୍ରୀଙ୍କ ସ୍କ୍ରିନିଂ ହୋଇଛି ।

କରୋନା ଲକଡାଉନ ଯୋଗୁଁ ଏମାନେ ସମସ୍ତେ ରିୟାଧରେ ଫସି ରହିଥିଲେ । ପ୍ରକାଶ ଥାଉ କି କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନ ମେ 7ରୁ ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ଅବଧି ଜୁନ୍ 13 ଯାଏଁ ଚାଲିବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.