ETV Bharat / bharat

ହାଥରସ ଘଟଣା: ଯୋଗୀ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଉତ୍ତରପ୍ରଦେଶର ହାଥରସ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ । ମାମଲାର ଶୁଣାଣି 12 ଅକ୍ଟୋବରରେ ହେବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ହାଥରସ ଘଟଣା: ଉତ୍ତରପ୍ରଦେଶ ବରିଷ୍ଠ ଅଧିକାରୀଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ନୋଟିସ

author img

By

Published : Oct 1, 2020, 10:39 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନାର ମାହୋଲ । ନ୍ୟାୟ ପାଇଁ ଜୋର ଧରିଛି ଦାବି । ଏପରିସ୍ଥିତିରେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ । କୋର୍ଟର ଏହି ବେଞ୍ଚ୍‌ ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଜାରି କରିଛି ନୋଟିସ ।

ଉତ୍ତରପ୍ରଦେଶର ଡିଜିପି, ଏଡିଜି(ଆଇନ-ଶୃଙ୍ଖଳା), ହାଥରସ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିଛନ୍ତି ଆହ୍ଲାବାଦ କୋର୍ଟ । ଏହି ମାମଲାର ଶୁଣାଣି 12 ଅକ୍ଟୋବରରେ ହେବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର 14ରେ, ହାଥରସ ଜିଲ୍ଲାର ଚନ୍ଦା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁର 19 ବର୍ଷୀୟ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ମେରୁଦଣ୍ଡରେ ଆଘାତ କାରଣରୁ ପୀଡିତାଙ୍କୁ ପ୍ରଥମେ ଆଲିଗଡର ଜବାହରଲାଲ ନେହେରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ଏହା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ମଙ୍ଗଳବାର ସକାଳେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଉତ୍ତରପ୍ରଦେଶର ଅଧିକାରୀମାନେ ପୀଡିତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିଦେଇଥିଲେ । ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.