ETV Bharat / bharat

ଅକ୍ଟୋବରରେ 14 କର୍ପସ କମାଣ୍ଡର ଦାୟିତ୍ବ ନେବେ ଲେଫ୍ଟନାଣ୍ଟ ଜେନେରାଲ ମେନନ - 14 କର୍ପସ କମାଣ୍ଡର

ଅକ୍ଟୋବର ମଧ୍ୟଭାଗରେ ଲେହରେ ପରବର୍ତ୍ତୀ ଫାୟାର ଏବଂ ଫ୍ୟୁରି କର୍ପସ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ । ଫାୟାର ଆଣ୍ଡ ଫ୍ୟୁରି କର୍ପସ 14 କର୍ପସ ନାଁରେ ମଧ୍ୟ ଜଣାଶୁଣା । ଅଧିକ ପଢନ୍ତୁ...

ଅକ୍ଟୋବରରେ 14 କର୍ପସ କମାଣ୍ଡର ହେବେ ଲେଫ୍ଟନାଣ୍ଟ ଜେନେରାଲ ମେନନ

author img

By

Published : Sep 30, 2020, 8:16 PM IST

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଏହି ଉତ୍ତେଜନାକୁ କମ କରିବାକୁ ଦୁଇ ଦେଶ ମଧ୍ୟରେ ପର୍ଯ୍ୟାୟକ୍ରମେ ଘନଘନ ବୈଠକ ମଧ୍ୟ ବସୁଛି । ଏପରିସ୍ଥିତିରେ ଅକ୍ଟୋବର ମଧ୍ୟଭାଗରେ ଲେହରେ ପରବର୍ତ୍ତୀ ଫାୟାର ଏବଂ ଫ୍ୟୁରି କର୍ପସ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ ।

ଅନ୍ୟପକ୍ଷେ ଏହି ପଦରେ ଥିବା ବର୍ତ୍ତମାନର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମଏ) ର କମାଣ୍ଡାଣ୍ଟ ଭାବରେ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଫାୟାର ଆଣ୍ଡ ଫ୍ୟୁରି କର୍ପସ 14 କର୍ପସ ନାଁରେ ମଧ୍ୟ ଜଣାଶୁଣା । ଏହି 14 କର୍ପସ ପୂର୍ବ ଲଦାଖ ଅଞ୍ଚଳର ଦାୟିତ୍ବରେ ଅଛି, ଯେଉଁଠାରେ ଚୀନ ଚଳିତ ବର୍ଷ ଏପ୍ରିଲ ଓ ମେ ମାସ ମଧ୍ୟରେ ଏକାଧିକ ସ୍ଥାନ ନିଜ କବଜାକୁ ନେବାକୁ ପ୍ରୟାସ କରିଥିଲା । ଏହି ସେକ୍ଟରରେ ଉଭୟ ଦେଶ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଚୀନ ସହିତ ଆୟୋଜିତ ହୋଇଥିବା ସାମରିକ ଆଲୋଚନାରେ 14 କର୍ପସ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି ।

ଗତ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ଲେଫ୍ଟନାଣ୍ଟ ଜେନେରାଲ ମେନନ ଅଂଶଗ୍ରହଣ କରିଥିଲେ । ସେ ଲେହରେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ସ୍ଥାନରେ ପଦଭାର ଗ୍ରହଣ କରିବେ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ତାଙ୍କର ଏକ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି । ସେଠାରୁ ସେ ଡେରାଡୁନରେ ଥିବା ଭାରତୀୟ ମିଲିଟାରୀ ଏକାଡେମୀକୁ ଯିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.