ETV Bharat / bharat

ଏଥର ମଇଦାନରେ କୋଟିପତି ଠୁ କାଙ୍ଗାଳ ନେତା

author img

By

Published : Apr 29, 2019, 9:10 AM IST

ନିର୍ବାଚନ ଗଣପର୍ବରେ ସାମିଲ ହୋଇଛନ୍ତି କୋଟିପତି ଠୁ କାଙ୍ଗାଳ ନେତା । ତେବେ ଏଥର କୋଟିପତି ନେତାଙ୍କ ତାଲିକା ବେଶ ଲମ୍ବା ରହିଛି । 306 (33%) ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ତିନି ଜଣ ରହିଛନ୍ତି କାଙ୍ଗାଳ ନେତା । ସେହିପରି ଦାଗୀ ନେତାଙ୍କ ସଂଖ୍ୟା ବି କିଛି କମ ନାହିଁ ।

ଫାଇଲ ଫଟୋ

ହାଇଦ୍ରାବାଦ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି 928 ପ୍ରାର୍ଥୀ । ନିର୍ବାଚନ ଗଣପର୍ବରେ ସାମିଲ ହୋଇଛନ୍ତି କୋଟିପତି ଠୁ କାଙ୍ଗାଳ ନେତା । ତେବେ ଏଥର କୋଟିପତି ନେତାଙ୍କ ତାଲିକା ବେଶ ଲମ୍ବା ରହିଛି । 306 (33%) ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ତିନି ଜଣ ରହିଛନ୍ତି କାଙ୍ଗାଳ ନେତା । ସେହିପରି ଦାଗୀ ନେତାଙ୍କ ସଂଖ୍ୟା ବି କିଛି କମ ନାହିଁ । ସେପଟେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି 210ଜଣ ଦାଗୀ ନେତା । ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି ଇଲେକ୍ସନ ୱାଚ ବା ଏଡିଆର ।

କୋଟିପତି ନେତା: ଏଥର ପ୍ରତିଦ୍ବନ୍ଦିତା କରୁଛନ୍ତି ବହୁ ବଡବଡିଆ ନେତା । ଆଉ ଏହି ତାଲିକାର ଊର୍ଦ୍ଧ୍ବରେ ଅଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ । 660 କୋଟି ମୂଲ୍ୟର ସମ୍ପତ୍ତି ସହ ଏହି ଧନୀ ନେତା ଜଣକ କଂଗ୍ରେସ ଟିକେଟରେ ଛିନ୍ଦୱାରାରୁ ଲଢୁଛନ୍ତି । ସେହିପରି ମୁମ୍ବାଇ ସାଉଥ ସେଣ୍ଟ୍ରାଲରୁ ବଞ୍ଚିତ ବହୁଜନ ଅଗାଡି ଟିକେଟରୁ ଲଢୁଥିବା ସଞ୍ଜୟ ସୁଶୀଲ ବୋଶଲେଙ୍କ ସମ୍ପତ୍ତି ମୂଲ୍ୟ 125 କୋଟି ଟଙ୍କା ରହିଛି ।

ଦୁଇ ପ୍ରମୁଖ ବିଜେପି ଓ କଂଗ୍ରେସର 50 ପ୍ରତିଶତରୁ ଊର୍ଦ୍ଧ୍ବ ପ୍ରାର୍ଥୀ ହେଉଛନ୍ତି କୋଟିପତି । ଉଭୟ ଦଳର 57ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 50 ଜଣ (88%) ପ୍ରାର୍ଥୀଙ୍କ ନିକଟରେ ରହିଛି ଏକକୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି । ଏହା ପଛକୁ ଏସପିର 80 ପ୍ରତିଶତ, ଏସଏଚଏସର 62 ପ୍ରତିଶତ ଓ ବିଏସପିର 37 ପ୍ରତିଶତ ନେତା ହେଉଛନ୍ତି କୋଟିପତି ।

ଦରିଦ୍ର୍ୟ ନେତା: ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ତିନି ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟରେ ଟଙ୍କା ଟିଏ ବି ନାହିଁ । ନାମାଙ୍କନ ବେଳେ ସେମାନେ ନିଜ ନିଜର ପ୍ୟାନ କାର୍ଡ ମଧ୍ୟ ଦାଖଲ କରିଛନ୍ତି । ଏଥି ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଜଣେ ରାଜସ୍ଥାନର ରହିଛି । ସେହିପରି ରାଜସ୍ଥାନର ଆଉ ଦୁଇ ନେତାଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ଯଥାକ୍ରମେ 500 ଓ 786 ଟଙ୍କା ରହିଛି ।

ଦାଗୀ ନେତା: 928 ପ୍ରାର୍ଥୀଙ୍କ ମଧ୍ୟରୁ 210 ଜଣ (23%) ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ସେଥିମଧ୍ୟରୁ 12 ନେତା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ତାଲିକାରେ ମଧ୍ୟ ଉଭୟ ବିଜେପିର 44% ନେତା ଦାଗୀ ଥିବାବେଳେ ଓ କଂଗ୍ରେସର 32% ପ୍ରାର୍ଥୀଙ୍କ ନାମରେ କ୍ରିମିନାଲ କେସ ରହିଛି ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.