ETV Bharat / bharat

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ବାତ୍ୟା ଆଶଙ୍କା ନେଇ ହାଇ ଆଲର୍ଟ !

author img

By

Published : May 13, 2020, 7:48 PM IST

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଲଘୁଚାପ ସୃଷ୍ଟି ହେଉଛି । ଯେଉଁଥିପାଇଁ ମେ 16 ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ଆଗୁଆ ସତର୍କ ଘଣ୍ଟି ଗେଲା ଭାରତୀୟ ପାଣିପାଗ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଲଘୁଚାପ ସୃଷ୍ଟି ହେଉଛି । ଯେଉଁଥିପାଇଁ ଆସନ୍ତା ମେ 16 ତାରିଖ ସନ୍ଧ୍ୟାରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପର ନାଁ ଆମ୍ଫାନ୍ ରଖାଯାଇଛି । ଯଦି ଏହି ଲଘୁଚାପ ବାତ୍ୟା ଆକାରରେ ପରିଣତ ହୁଏ, ତେବେ ଏହା ପ୍ରଥମେ ମେ 17 ସୁଦ୍ଧା ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ତା’ପରେ ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁସାରେ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବା ଯୋଗୁଁ ମେ 15ରେ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ଆଣ୍ଡାମାନ ସାଗରରେ ପ୍ରତିକୂଳ ପାଗ ରହିବ ।

ଏନେଇ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦେଇଛି । ମତ୍ସଜୀବୀମାନେ ଆସନ୍ତା 15 ତାରିଖରୁ ବଙ୍ଗୋପସାଗରର ପ୍ରଭାବିତ ଅଞ୍ଚଳକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଗୁରୁବାର ସୁଦ୍ଧା କୂଳକୁ ଆସିବାକୁ ହାଇଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଦେଇଛି ଯେ ମେ 15 ଏବଂ 16 ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ଦୁଇ ଦିନ ମଧ୍ୟରେ ଆଣ୍ଡାମାନ ଦ୍ବୀପର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସେହିପରି ଏହି ଦିନରେ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ପବନ ବୋହିବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ମେ 15 ରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ 45 ରୁ 55 କିଲୋମିଟରର ଆରମ୍ଭ ହୋଇ 65 କିଲୋମିଟର ପର୍ଯ୍ୟନ୍ତ ଅତିକ୍ରମ କରିପାରେ । ଘଣ୍ଟା ପ୍ରତି 75 କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ରହିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.