ETV Bharat / bharat

ପ୍ରେମୀଯୁଗଳଙ୍କୁ ଦୁର୍ବୃତ୍ତଙ୍କ ଅସଦାଚରଣ

ବେଗୁସରାୟ ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ନିକଟରେ ଏକ ପ୍ରେମୀଯୁଗଳଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

author img

By

Published : May 26, 2019, 11:00 PM IST

ଫାଇଲ ଫଟୋ

ପାଟନା: କିଛି ଦୁର୍ବୃତ୍ତଙ୍କ ଅସଦାଚରଣର ଶିକାର ହୋଇଚନ୍ତି ପ୍ରେମୀ ଯୁଗଳ । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ବେଗୁସରାୟରେ । ରବିବାର କିଛି ଦୁର୍ବୃତ୍ତ ପ୍ରେମୀଯୁଗଳଙ୍କୁ ମାରପିଟ୍ କରିବା ସହ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଘଟିଛି ବୀରପୁର ଥାନା ଅନ୍ତର୍ଗତ ଜଗଦର ଗାଁରେ । ତେବେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖାଯାଉଛି ଯେ, ଉଭୟ ଯୁବକଯୁବତୀ ଦୁର୍ବୃତ୍ତଙ୍କୁ ବାରମ୍ବାର ସେମାନଙ୍କୁ ଛାଡିବା ପାଇଁ ଅନୁରୋଧ କରୁଛନ୍ତି । କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କ କଥାକୁ ଖାତିର ନକରି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି ।

ତେବେ ଡିଏସପି କୁନ୍ଦନ କୁମାର ସିଂଙ୍କ କହିବା ଅନୁଯାୟୀ ଭାଇରାଲ ଭିଡିଓକୁ ବୀରପୁର ଥାନାଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଭିଡିଓ ଆଧରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି ।

ପ୍ରକାଶ ଥାଉକି, ବିହାରରେ ଗତ ବର୍ଷ ମଧ୍ୟ ଏକ ପ୍ରେମୀ ଯୁଗଳଙ୍କ ସହ ଅନୁରୂପ ଘଟଣା ଘଟିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.