ETV Bharat / bharat

'ଲୈଲା-ମଜନୁଙ୍କ ସମ୍ପର୍କଠୁ ନିବିଡ ମୋଦି-ନିତିଶଙ୍କ ସମ୍ପର୍କ'

ମୋଦି ଏବଂ ନିତିଶ କୁମାରଙ୍କ ରାଜନୈତିକ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓବିସି। ମୋଦି ଏବଂ ନିତିଶଙ୍କ ସମ୍ପର୍କକୁ ଲୈଲା-ମଜନୁଙ୍କ ସମ୍ପର୍କ ସହ ତୁଳନା କରିଛନ୍ତି ସେ।

author img

By

Published : Apr 14, 2019, 1:13 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଜିଭ ସେତେ ଖସୁଛି । ପ୍ରତିଦିନ କୌଣସି ନା କୌଣସି ନେତା ନିଜ ବିବାଦୀୟ ବୟାନ ଯୋଗୁଁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ରାଜନୈତିକ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓ୍ବୱେସି। ମୋଦି ଏବଂ ନିତିଶଙ୍କ ସମ୍ପର୍କକୁ ଲୈଲା-ମଜନୁଙ୍କ ସମ୍ପର୍କ ସହ ତୁଳନା କରିଛନ୍ତି ସେ ।

  • Asaduddin Owaisi: Laila aur majnu suno jab tumhari dastaan mohabbat ki likhi jaayegi, to mohabbat ka naam nahi likha jaayega us dastaan mein, nafrat ka naam likha jaayega tumhari dastaan mein, likhega ki jab se ye dono ek saath aaye, Hindustan mein Hindu-Muslim tanav mein hai... https://t.co/VoUHVAbNDh

    — ANI (@ANI) April 13, 2019 " class="align-text-top noRightClick twitterSection" data=" ">

ମୋଦି ଏବଂ ନିତିଶଙ୍କ ସମ୍ପର୍କ ଲୈଲା-ମଜନୁ ଭଳି। ଏହି ଦୁହିଁଙ୍କ ପ୍ରେମ କାହାଣୀ ଇତିହାସରେ ଉଲ୍ଲେଖ କରାଯିବ। କିନ୍ତୁ ସେଥିରେ ପ୍ରେମର ବାର୍ତ୍ତା ନଥିବ, ଥିବ ତ କେବଳ ହିଂସା ଏବଂ ଘୃଣାର ବାର୍ତ୍ତା। ଯେବେ ଯେବେ ଏମାନେ ସାଥିରେ ଆସିଛନ୍ତି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି ହୋଇଥିବା ସେ କହିଛନ୍ତି ।

ବିହାରର ମୁସଲିମ ବହୁଳ ଅଞ୍ଚଳ କିଶାନଗଞ୍ଜରେ ଏକ ଜନସଭାକୁ ସମ୍ବୋଧିତ କରି ଓ୍ବୱେସି କହିଛନ୍ତି, ମୋଦି ଏବଂ ନିତିଶଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଖୁବ୍‌ ମଜବୁତ। ଲୈଲା-ମଜନୁଙ୍କ ସମ୍ପର୍କଠୁ ବି ଅଧିକ ନିବିଡ ଏ ଦୁହିଁଙ୍କ ସମ୍ପର୍କ । ତେବେ ଏଥିରେ ଲୈଲା କିଏ ଏବଂ ମଜନୁ କିଏ ତାହା ଦେଶର ଜନତା ନିଷ୍ପତି ନେବେ ବୋଲି ସେ କହିଛନ୍ତି ।

Intro:Body:

gfgffg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.