ETV Bharat / bharat

ବିଦିଶା ଦେଇ ବନବାସ ଯାତ୍ରା କରିଥିଲେ ରାମ, ଆଜି ବି ରହିଛି ପାଦ ଚିହ୍ନ...

author img

By

Published : Oct 23, 2019, 12:49 AM IST

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସକୁ ନେଇ ଅନେକ ତଥ୍ୟ ପୁରାଣରେ ବର୍ଣ୍ଣିତ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ମଧ୍ୟପ୍ରଦେଶର ବିଦିଶା ଦେଇ ବନବାସ ଯାଇଥିଲେ ବୋଲି ବାଲ୍ମିକୀ ପୁରାଣରୁ ଜଣାପଡ଼ିଥାଏ । ଆଜି ମଧ୍ୟ ଶ୍ରୀ ରାମଙ୍କ ପାଦଚିହ୍ନ ଏଠାରେ ଦେଖିବାକୁ ମିଳିଥାଏ । ତେବେ ବିଦିଶାକୁ ଚରଣାତୀର୍ଥ ଭାବେ ବୋଲି ମଧ୍ୟ କୁହାଯାଏ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ବାଲ୍ମିକୀ ପୁରାଣରେ ବିଦିଶାର ଗୁରୁତ୍ବ ଅନେକ ରହିଥିବା ଜଣାଯାଏ । ବିଦିଶାର ଇତିହାସ ତ୍ରେତୟା ଯୁଗ ଏବଂ ରାମଙ୍କ ସହିତ ବହୁଳ ମାତ୍ରାରେ ଜଡିତ ଥିବା ଜଣାଯାଇଥାଏ । ପୁରାଣ ଅନୁଯାୟୀ ପ୍ରଭୁ ଶ୍ରୀ ରାମ ବନବାସ ସମୟରେ ଏହି ବିଦିଶା ଦେଇ ଗସ୍ତ କରିଥିଲେ ବୋଲି ଜଣାପଡ଼େ । ଏହି ଠାରେ ରାମଙ୍କର ପାଦ ଚିହ୍ନ ଥିବା ଦେଖିବାକୁ ମିଳିଥାଏ । ଏହି କାରଣରୁ ଏହାକୁ ଚରଣାତୀର୍ଥ ବୋଲି କୁହାଯାଇଥାଏ । ଏଠାରେ ଦୁଇଟି ପ୍ରାଚୀନ ଶିବ ମନ୍ଦିର ଥିବା ଦେଖିବାକୁ ମିଳିଥାଏ ।

ପୁରାଣ ଅନୁଯାୟୀ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷଙ୍କ ଚତୁର୍ଦିଗ ସାମ୍ରାଜ୍ୟ ବିସ୍ତାର ଥିଲା । ତେବେ ଏହି ଅଞ୍ଚଳର ଶାସନ ଭାର ସାନଭାଇ ଶତ୍ରୁଘ୍ନଙ୍କୁ ଦେଇଥିଲେ ରାମଚନ୍ଦ୍ର । ପରବର୍ତ୍ତୀ ସମୟରେ ଶତ୍ରୁଘ୍ନଙ୍କ ପୁଅ ବିଦିଶା ଉପରେ ମଧ୍ୟ ଶାସନ କରିଥିବା ବାଲ୍ମିକୀ ପୁରାଣରେ ଦେଖିବାକୁ ମିଳିଥାଏ । ଫଳରେ ଶତ୍ରୁଘାଟୀ ଅଞ୍ଚଳର ରାଜା ଭାବେ ପରିଚିତ ହେଉଥିବା ଜଣାପଡ଼େ ।

ସେପଟେ ବର୍ତ୍ତମାନର ବିଦିଶା ନିକଟ ଅଶୋକନଗର ରାସ୍ତା ହୋଇ ପବିତ୍ର ବେତବା ନଦୀ ବହି ଯାଇଛି । ଉକ୍ତ ନଦୀର ମଧ୍ୟ ଭାଗରେ ଦୁଇଟି ମନ୍ଦିର ରହିଥିଲା । ଯାହା ଚରଣାତୀର୍ଥ ଭାବରେ ପରିଚିତ ହେଉଥିଲା । ଏହି ମନ୍ଦିର 200 ବର୍ଷ ପୁରୁଣା ବୋଲି ଜଣାପଡ଼ିଥାଏ । ଏହି ମନ୍ଦିରରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ଚିହ୍ନ ଦେଖିବାକୁ ମିଳେ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେ ଏହି ରାସ୍ତା ଦେଇ ବନବାସ ଯାଇଥିଲେ, ସେହି ସମୟରେ ତାଙ୍କର ଏହି ପାଦଚିହ୍ନ ଏଠାରେ ରହିଯାଇଥିଲା । ସେବେଠାରୁ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଦକୁ ପୂଜା କରାଯାଉଛି ।

ପରେ ଏହି ତୀର୍ଥସ୍ଥଳୀଟି ଚରଣାତୀର୍ଥ ଭାବେ ପରିଚିତ ହେଲା । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସିନ୍ଧିଆ ପରିବାରର ଜଣେ ମନ୍ତ୍ରୀ ଏହି ମନ୍ଦିରର ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ ପୁର୍ବରୁ ସିନ୍ଧିଆ ପରିବାର ଲୋକେ ମାନସିକ ରଖିଥିଲେ । ତାହା ପୁରଣ ହେବାରୁ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ଇତିହାସରୁ ସୂଚନା ମିଳିଥାଏ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.