ETV Bharat / bharat

ପ୍ରଭୁ ବାଲାଜୀଙ୍କ 23 ଅସ୍ଥାବର ସମ୍ପତ୍ତି ନିଲାମ କରିବ ମନ୍ଦିର ଟ୍ରଷ୍ଟି, ବିଜେପିର ବିରୋଧ - Lord Balaji Temple trust puts 23 immovable assets for public auction

ପ୍ରଭୁ ବାଲାଜୀଙ୍କର 23 ଟି ଅସ୍ଥାବର ସମ୍ପତ୍ତି ର ନିଲାମ କରିବ ମନ୍ଦିର ଟ୍ରଷ୍ଟି । ଯାହାକୁ ବିଜେପି ବିରୋଧ କରୁଥିବା ବେଳେ ସରକାର ହିନ୍ଦୁ ଭକ୍ତଙ୍କ ଭାବନା ସହିତ ଖେଳୁଛନ୍ତି ଏବଂ ହିନ୍ଦୁ ଧର୍ମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି କନ୍ନା ଲକ୍ଷ୍ମୀନାରାୟଣ ।

ପ୍ରଭୁ ବାଲାଜୀଙ୍କ 23 ଅସ୍ଥାବର ସମ୍ପତ୍ତି ନିଲାମ କରିବ ମନ୍ଦିର ଟ୍ରଷ୍ଟି

author img

By

Published : May 24, 2020, 2:37 PM IST

ଚେନ୍ନାଇ: ତାମିଲନାଡୁରେ ଥିବା ପ୍ରଭୁ ବାଲାଜୀ ମନ୍ଦିର ଟ୍ରଷ୍ଟି ମନ୍ଦିରର 23 ଟି ଅସ୍ଥାବର ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରିବାକୁ ନିଷ୍ପତ୍ତି ନେଇଛି । ଯାହାକୁ ବିରୋଧ କରୁଛି ବିଜେପି ।

ଇଷ୍ଟେଟ୍ ଅଫିସର ଭି ଦେବେନ୍ଦ୍ର ରେଡ୍ଡୀ କହିଛନ୍ତି, ତିରୁମାଲା ହିଲ୍ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରଭୁ ଭେଙ୍କଟେଶ୍ବର ସ୍ୱାମୀଙ୍କ ମନ୍ଦିର ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ 23 ଟି ସମ୍ପତ୍ତି ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ସମ୍ପତ୍ତି ବିକ୍ରୟ କରିବାକୁ ପ୍ରଭୁ ବାଲାଜୀ ମନ୍ଦିର ଟ୍ରଷ୍ଟ ଦୁଇଟି କମିଟି ଗଠନ କରିଛି । ଟିଟିଡିରେ କେବଳ ଆନ୍ଧ୍ରପ୍ରଦେଶ ନୁହେଁ କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ମହାରାଷ୍ଟ୍ର, ପଣ୍ଡିଚେରୀ, ହରିୟାଣା ଏବଂ ଓଡିଶାରେ ମଧ୍ୟ ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତି ରହିଛି।

TTD ସମ୍ପତ୍ତିର ମୋଟ ମୂଲ୍ୟ ହଜାରେ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଯେଉଁ ସମ୍ପତ୍ତି ନିଲାମ କରାଯିବ ସେଗୁଡିକ ହେଉଛି କୃଷି ଜମି, ଘର, ଘର ସାଇଟ ଏବଂ ଭଗବାନଙ୍କୁ ଉପହାର ଦିଆଯାଇଥିବା ଖାଲି ଜମି ରହିଛି । ପ୍ରତ୍ୟେକ ସମ୍ପତ୍ତିରେ ଭକ୍ତଙ୍କର ନିଜସ୍ବ କାହାଣୀ ରହିଛି । କିନ୍ତୁ ଏସବୁକୁ ଅସ୍ଥାବର ସମ୍ପତ୍ତି ବୋଲି ଟ୍ରଷ୍ଟି ଅଧ୍ୟକ୍ଷ କହିଛନ୍ତି । ତେବେ ଟିଟିଡି ବୋର୍ଡର ଚେୟାରମ୍ୟାନ୍ ୟାଇଭି ସୁବାରେଡ୍ଡୀ ଭକ୍ତମାନଙ୍କୁ ଏକ ଅପିଲ କରିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରଭୁଙ୍କ ସମ୍ପତ୍ତି ବେଆଇନ ଭାବରେ ବିକ୍ରି ହେଉଥିବା ମିଥ୍ୟା ଖବରକୁ ବିଶ୍ବାସ କରନ୍ତୁ ନାହିଁ ।

ହେଲେ ଏହି ସମୟରେ ବିଜେପି ରାଜ୍ୟ ସଭାପତି କନ୍ନା ଲକ୍ଷ୍ମୀନାରାୟଣ ଟିଟିଡି ସମ୍ପତ୍ତି ବିକ୍ରୟ ବିରୋଧରେ ଚେତାବନୀ ଦେଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଧାର୍ମିକ ଭାବନାକୁ ଏହା କ୍ଷତି ପହଞ୍ଚାଇବ ବୋଲି ନିଲାମ ଛାଡିବାକୁ ଦଳ ଦାବି କରିଛି । ଟିଟିଡି ପଦକ୍ଷେପ ପଛରେ ଥିବା ମାଲିକାନା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ମନ୍ଦିରର ସଠିକତା ରକ୍ଷା କରିବା ରାଜ୍ୟ ସରକାରଙ୍କ କାନ୍ଧରେ ରହିଛି । ଯଦି ମନ୍ଦିର ସମ୍ପତ୍ତି ବିକ୍ରୟ ପାଇଁ ପଦକ୍ଷେପ ନିଆଯାଏ ତେବେ ଟିଟିଡି ଜନସାଧାରଣଙ୍କ ଆନ୍ଦୋଳନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସରକାର ହିନ୍ଦୁ ଭକ୍ତଙ୍କ ଭାବନା ସହିତ ଖେଳୁଛନ୍ତି ଏବଂ ହିନ୍ଦୁ ଧର୍ମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଟିଟିଡି ସମ୍ପତ୍ତି ନିଲାମ ହେଲେ ଆମେ ଚୁପ୍ ରହିବୁ ନାହିଁ ବୋଲି କାନ୍ନା ଚେତାବନୀ ଦେଇଛନ୍ତି। ପ୍ରତିଦିନ ଏଠାକୁ 50 ହଜାରରୁ ଲକ୍ଷେ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏପରିକି ବାର୍ଷିକ ବ୍ରହ୍ମୋତ୍ସବମ୍‌ ଏବଂ ପର୍ବ ପର୍ବାଣୀ ପରି ବିଶେଷ ଉତ୍ସବରେ 4-5 ଲକ୍ଷ ଲୋକ ସାମିଲ ହୋଇଥାନ୍ତି । ଭକ୍ତମାନେ ଟଙ୍କା ଠୁ ଆରମ୍ଭ କରି ସୁନା ଅଳଙ୍କାର ଜମି ବାଡି ଆଦି ଭଗବାନଙ୍କୁ ଦାନ କରିଥାନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.