ETV Bharat / bharat

ମାସିକ ପୂଜା ପାଇଁ ଖୋଲିଲା ସ୍ବାମୀ ଆୟପ୍ପାଙ୍କ ମନ୍ଦିର

ସାବରିମାଲା ମନ୍ଦିର ଚିଙ୍ଗାମ ମାଲାୟାଲମ୍ ମାସ ପାଇଁ ମାସିକ ପାଞ୍ଚ ଦିନ ପୂଜା ପାଇଁ ଖୋଲାଯାଇଛି | ଭକ୍ତମାନଙ୍କୁ COVID-19 ସ୍ୱାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଅଧିକ ପଢନ୍ତୁ...

author img

By

Published : Aug 17, 2020, 6:47 AM IST

ମାସିକ ପୂଜା ପାଇଁ ଖୋଲିଲା ସ୍ବାମୀ ଆୟପ୍ପାଙ୍କ ମନ୍ଦିର
ମାସିକ ପୂଜା ପାଇଁ ଖୋଲିଲା ସ୍ବାମୀ ଆୟପ୍ପାଙ୍କ ମନ୍ଦିର

ଥିରୁଅନନ୍ତପୁରମ: କୋରୋନା କଟକଣାରେ ଖୋଲିଲା କେରଳ ସାବରିମାଲାର ସ୍ବାମୀ ଆୟପ୍ପା ମନ୍ଦିର । ମାସିକ ପୂଜା ପାଇଁ ରବିବାର ମନ୍ଦିର ଖୋଲାଯାଇଛି । ଚିଙ୍ଗମ ମାଲାୟଲମ ମାସରେ ମାସିକ 5 ଦିନ ପୂଜା ପାଇଁ ମନ୍ଦିର ଖୋଲା ରହିବ । ତେବେ ଭକ୍ତ ପ୍ରବେଶ ଉପରେ କୋଭିଡ-19 ପ୍ରୋଟୋକଲ ଅନୁଯାୟୀ ନିଷେଧ ରଖାଯାଇଛି ।

ଅଗଷ୍ଟ 21 ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲା ରହିବ ଏବଂ କେବଳ ସାଧାରଣ ରୀତିନୀତି କରାଯିବ ବୋଲି ତ୍ରାଭାନକୋର ଦେବସ୍ୱମ ବୋର୍ଡ (ଟିଡିବି) କହିଛି। ତେବେ, COVID-19 ମହାମାରୀକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ଅନୁମତି ଦିଆଯିବ ନାହିଁ |

ଟିଡିବି ଆହୁରି କହିଛି, ଓନମ ପୂଜା ପାଇଁ ଅଗଷ୍ଟ 29 ରୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଖୋଲାରହିବ । ବୋର୍ଡ ପକ୍ଷରୁ ପୂର୍ବରୁ କୁହାଯାଇଛି ଏହି ସମୟରେ କୋଭିଡ ନେଗେଟିଭ ଥିବା ଭକ୍ତଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ତୀର୍ଥଯାତ୍ରା ପାଇଁ ନଭେମ୍ବର 16 ରୁ ଦୁଇ ମାସରୁ ଅଧିକ ସମୟ ମନ୍ଦିର ଖୋଲାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.