ETV Bharat / bharat

ଷଷ୍ଠ ପର୍ଯ୍ୟାୟର ମତଦାନ ଶେଷ, ବେଙ୍ଗଲରେ ବମ୍ପର ଭୋଟିଂ

ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବମ୍ପର ଭୋଟିଂ ହେବାସହ ମତଦାନ ଶେଷ ହୋଇଛି । ସବୁଠାରୁ କମ ମତଦାନ ହୋଇଛି ୟୁପିରେ । ଅନ୍ୟପକ୍ଷେ ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା ।

author img

By

Published : May 12, 2019, 11:21 PM IST

ଫୋଟ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ଲୋକସଭା ନିର୍ବାଚନ ପାଇଁ ସରିଯାଇଛି ଷଷ୍ଠ ପର୍ଯ୍ୟାୟର ମତଦାନ । ଦେଶର ରାଜଧାନୀ ଦିଲ୍ଲୀ ସମେତ ୭ଟି ରାଜ୍ୟର ୫୯ଟି ଆସନରେ ହୋଇଯାଇଛି ମତଦାନ । ପଶ୍ଚିମବଙ୍ଗରେ ବମ୍ପର ଭୋଟିଂ ହେବାସହ ମତଦାନ ଶେଷ ହୋଇଛି । ସବୁଠାରୁ କମ ମତଦାନ ହୋଇଛି ୟୁପିରେ । ଅନ୍ୟପକ୍ଷେ ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା ।

ସନ୍ଧ୍ୟା ୬ଟା ଯାଏ ଦେଶସାରା ୫୯.୭୦ ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୧୩ ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀରେ ୫୫.୪୪ ପ୍ରତିଶତ, ହରିୟାନାରେ ୬୨.୧୪ ପ୍ରତିଶତ, ୟୁପିରେ ୫୦. ୮୨ ପ୍ରତିଶତ, ବିହାରରେ ୫୫.୦୪ ପ୍ରତିଶତ, ଝାଡ଼ଖଣ୍ଡରେ ୬୪.୪୬ ପ୍ରତିଶତ ଓ ମଧ୍ୟପ୍ରଦେଶରେ ୬୦.୧୨ ପ୍ରତିଶତ ମତଦାନ ହୋଇଛି ।

ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ସହ ବିହାରର ୮ଟି, ହରିଆନାର ୧୦ଟି, ଝାଡ଼ଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏହାପୂର୍ବରୁ ହୋଇଥିବା ମତଦାନରେ ପ୍ରଥମ ପର୍ଯ୍ୟାୟରେ ୬୯.୫ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୬୯.୪୪ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୮.୪ ପ୍ରତିଶତ ଓ ୪ଟି ପର୍ଯ୍ୟାୟରେ ୬୫.୫୧ ପ୍ରତିଶତ ଓ ପଞ୍ଚମ ପର୍ଯ୍ୟାୟରେ ୬୨.୫୬ ପ୍ରତିଶତ ମତଦାନ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.