ଭୋପାଳ: ମଧ୍ୟପ୍ରଦେଶର ଉଜୈନସ୍ଥିତ ବଡନଗରର ସିଏମଓ ବାସଭବନରେ ଲୋକାୟୁକ୍ତ ଚଢାଉ କରିଛନ୍ତି । ଲୋକାୟୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି । ବଡନଗରର ମ୍ୟୁନିସିପାଲିଟି କର୍ପୋରେସନରେ କୁଲଦୀପ ତିନୁସୁକ ସିଏମଓ କାର୍ଯ୍ୟାଳୟ ଦାୟିତ୍ବରେ ଅଛନ୍ତି । ତାଙ୍କ ଘରୁ ଉଦ୍ଧାର ହୋଇଥିବା ସମ୍ପତ୍ତିରେ ଜମି, ଘର, ସୁନା, ରୂପା, ମହଙ୍ଗା କାର, ସ୍କୁଟି ଏବଂ ବାଇକ୍ ଅନ୍ତର୍ଭୁକ୍ତ ।
ଲୋକାୟୁକ୍ତ ପୋଲିସ ପକ୍ଷରୁ ମିଳିଥିବା ସୂଚନାରେ ଚଢାଉ ଜାରି ରହିଛି । ଏପର୍ଯ୍ୟନ୍ତ ସିଏମଓ କୁଲଦୀପ ତିନସୁକଙ୍କ ବଡନଗର, ମକଡାଉନ୍ ଓ ଉଜୈନରେ 3ଟି ଘର ରହିଛି । ଏହା ବ୍ୟତୀତ ସାଢେ 3 ଏକର ଜମିର ସୂଚନା ମିଳିଛି। ଉଜୈନ ଓ ମକଡାଉନରେ ବି ଚଢାଉ କରାଯାଉଛି ।
ସିଏମଓ କୁଲଦୀପ ତିନସୁକ ମଧ୍ୟ ଉଜୈନ ରେଳ ଷ୍ଟେସନ ସମ୍ମୁଖରେ ବ୍ୟବସାୟିକ ନିର୍ମାଣ କାର୍ଯ୍ୟ ମଧ୍ୟ କରୁଛନ୍ତି । ଲୋକାୟୁକ୍ତଙ୍କ ଅନୁଯାୟୀ ତାଙ୍କ ଘରୁ ସୁନା ରୂପା ଅଳଙ୍କାର ଏବଂ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ତାଙ୍କ ନାମରେ 2 ଟି ମୂଲ୍ୟବାନ କାର, 2 ଟି ସ୍କୁଟି ଏବଂ 2 ଟି ବାଇକ୍ ରହିଛି । ପ୍ରକାଶଥାଉକି, ସିଏମଓ କୁଲଦୀପ ତିନସୁକ୍ 16 ବର୍ଷର ଚାକିରିରୁ ଅବସର ନେଇଥିଲେ । ଜୁନ 2020ରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।