ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ପ୍ରଥମ ଦିନ ଉଭୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ଏହି ଅବସରରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଲୋକସଭାରେ ଦିବଂଗତ ସଦସ୍ୟଙ୍କ ପାଇଁ ବାଚସ୍ପତି ଓମ ବିର୍ଲା ଏହି ଶୋକପ୍ରସ୍ତାବ ଆଗତ କରିଛନ୍ତି ।
![new delhi](https://etvbharatimages.akamaized.net/etvbharat/prod-images/5097476_ommbirla.png)
ସେହିପରି ରାଜ୍ୟସଭାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଚଳିତ ବର୍ଷ ଇହଧାମ ତ୍ୟାଗ କରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ରାମ ଜେଠମାଳିନୀ, ଜଗନ୍ନାଥ ମିଶ୍ର, ସୁଖଦେବ ସିଂ ଲିବ୍ରା, ଗୁରୁଦାସ ଗୁପ୍ତାଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇଛି।
![new delhi](https://etvbharatimages.akamaized.net/etvbharat/prod-images/5097476_vicepresident.jpg)
ସେହିପରି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କୁ ନଜରବନ୍ଦୀକୁ ନେଇ ତୃଣମୂଳ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଛି।