ETV Bharat / bharat

27 ଦିନ ପରେ ଖୋଲିଲା ଲୋକସଭା ସେକ୍ରେଟାରୀଏଟ - ଲୋକସଭା ଖବର

ମାର୍ଚ୍ଚ 24ରୁ ଲୋକସଭା ସେକ୍ରେଟାରୀଏଟ ବନ୍ଦ ଥିଲା । 27 ଦିନ ପରେ କାର୍ଯ୍ୟାଳୟ ଖୋଲିବା ସହ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ଖୋଲିଲା ଲୋକସଭା ସେକ୍ରେଟାରୀଏଟ, ଆରମ୍ଭ ହେଲା କାର୍ଯ୍ୟ

author img

By

Published : Apr 20, 2020, 5:39 PM IST

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହୋଇଛି ଲୋକସଭା ସେକ୍ରେଟାରୀଏଟ କାର୍ଯ୍ୟ । 27 ଦିନ ବନ୍ଦ ପରେ ଖୋଲିଛି କାର୍ଯ୍ୟାଳୟ । ଯୋଗ ଦେଇଛନ୍ତି ବିଭିନ୍ନ ସରକାରୀ ଅଧିକାରୀ ଓ ସଚିବ ।

କୋଭିଡ 19 ଯୋଗୁଁ ଲକଡାଉନ ଘୋଷଣା ପରେ ସଂସଦ ବନ୍ଦ ରହିଥିଲା । ଫଳରେ ମାର୍ଚ୍ଚ 24ରୁ ଲୋକସଭା ସେକ୍ରେଟାରୀଏଟ ମଧ୍ୟ ବନ୍ଦ ଥିଲା । 27 ଦିନ ପରେ କାର୍ଯ୍ୟାଳୟ ଖୋଲିବା ସହ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି ।

ସଂସଦ ଭବନରେ ବାଚସ୍ପତି ଓମ ବିର୍ଲା ଓ କେତେକ କେନ୍ଦ୍ରମନ୍ତ୍ରୀ ନଜର ଆସିଛନ୍ତି । ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ବାଚସ୍ପତି ଅଫିସ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସମସ୍ତେ ସାମାଜିକ ଦୂରତ୍ବ ନିୟମକୁ ପାଳିବା ସହ ମୁହଁରେ ମାସ୍କ ଓ ଗାମୁଛା ଲଗାଇ ଆସିଥିଲେ ।

କାର୍ଯ୍ୟାଳୟ ପରିସରରେ ମଧ୍ୟ ଅଳ୍ପ କେତେକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ସମସ୍ତ ବିଭାଗରେ ସାନିଟାଇଜରକୁ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟସଭା ସେକ୍ରେଟେରୀଏଟ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଲିଫ୍ଟରେ କର୍ମଚାରୀଙ୍କୁ ସାମାଜୀକ ଦୂରତା ରକ୍ଷା କରିବାକୁ ଚଟାଣରେ ଚିହ୍ନ କରାଯାଇଛି

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.