ETV Bharat / bharat

ସୂଚନା ଅଧିକାର ବିଧେୟକ 2019 ଲୋକସଭାରେ ପାରିତ - Lok Sabha passes RTI Amendment Bill

ସୂଚନା ଅଧିକାର ବିଧେୟକ 2019 ଲୋକସଭାରେ ପାରିତ । କେନ୍ଦ୍ରସରକାର ଏହି ବିଲ୍‌କୁ ଶୁକ୍ରବାର ଲୋକସଭାରେ ଆଗତ କରିଥିବା ବେଳେ ସୋମବାର ଏହାକୁ ଭୋଟଗ୍ରହଣ ମାଧ୍ୟମରେ ପାରିତ କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 22, 2019, 9:45 PM IST

ନୂଆଦିଲ୍ଲୀ: ସୂଚନା ଅଧିକାର ସଂଶୋଧନ ବିଧେୟକ 2019 ଲୋକସଭାରେ ପାରିତ ହୋଇଛି । ନିମ୍ନ ସଦନରେ ସରକାର ଏହାକୁ ଉପସ୍ଥାପନ କରିବାର 3 ଦିନ ପରେ ଏହାକୁ ଭୋଟଗ୍ରହଣ ମାଧ୍ୟମରେ ପାରିତ କରାଯାଇଛି । ତେବେ ଏହି ସଂଶୋଧନ ବିଧେୟକ ସପକ୍ଷରେ 218 ସାଂସଦ ଭୋଟ ଦେଇଥିବାବେଳେ 79 ସାଂସଦ ଏହାକୁ ବିରୋଧ କରି ଭୋଟ ଦେଇଥିଲେ ।

କେନ୍ଦ୍ରସରକାର ଏହି ବିଲ୍‌କୁ ଶୁକ୍ରବାର ଲୋକସଭାରେ ଆଗତ କରିଥିଲେ । ଏଥିରେ ସୂଚନା ଆୟୁକ୍ତଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମରେ ଠିକ୍‌ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍‌ରେ ଉଲ୍ଲେଖ ରହିଛି ।

ତେବେ ଏହି ବିଲ୍‌ ଉପରେ ଚର୍ଚ୍ଚା କରି ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହି ବିଲ୍‌ ଜାତୀୟ ସୂଚନା କମିଶନରଙ୍କ ସ୍ବାଧୀନତା ଉପରେ ବିପଦ ସୃଷ୍ଟି କରିବ । ସେହିପରି ଏହାକୁ ସୂଚନା ଅଧିକାର ସଂଶୋଧନ ବିଧେୟକ ନୁହେଁ ବଂର ସୂଚନା ଅଧିକାର ଏଲିମିନେସନ ବିଧେୟକ ବୋଲି ବିତର୍କରେ ଭାଗ ନେଇ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି । ସେପଟେ ଏହି ବିଲ୍‌କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିରୋଧ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.