ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଜାମ୍ମୁ କାଶ୍ମୀର ଆପ୍ରୋପ୍ରିଏସନ ନଂ 2- ବିଲ, 2020 ଗୃହୀତ ହୋଇଛି । ଏହି ବିଲ 2019-2020 ଆର୍ଥିକ ବର୍ଷରେ ସେବା ପାଇଁ ଜାମ୍ମୁ କାଶ୍ମୀରର ଏକତ୍ରିତ ପାଣ୍ଠିରୁ ଆବଣ୍ଟନ କରିବାର ଏହି ବିଲ କ୍ଷମତା ପ୍ରଦାନ କରିବ ସରକାରଙ୍କୁ ।
ଚଳିତ ଅଧିବେଶନର ପ୍ରଥମାର୍ଦ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲକୁ ଆଗତ କରିଥିଲେ । ଦ୍ବିତୀୟ ଥର ବଜେଟ ଉପସ୍ଥାପନା ବେଳେ ଲୋକସଭା ଓ ରାଜ୍ୟସଭାରେ ଏହି ବିଲକୁ ନେଇ ବିତର୍କ ହୋଇଥିଲା । ଏହି ବିଲ୍ ଆଗତ ହେବା ଫଳରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରିବାରେ ସମସ୍ୟା ନାହିଁ ।
ବିଲ ଆଗତ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାପରେ ସେଠାକୁ ରପ୍ତାନୀ ମଧ୍ୟ ବୃଦ୍ଧି ଘଟିଛି ବୋଲି କହିଛନ୍ତି । ଆଲୋଚନା ବେଳେ ଅର୍ଥମନ୍ତ୍ରୀ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ । ଅଭିଯୋଗ କରିଥିଲେ କଂଗ୍ରେସ କ୍ଷମତାରେ ଥିବାବେଳେ କାଶ୍ମୀର ପଣ୍ଡିତଙ୍କ ପାଇଁ କିଛି କରିନଥିଲା ।
ଆଲୋଚନାରେ ଶାସକ ବିରୋଧୀ ସମସ୍ତ ସାଂସଦ ଅଂଶଗ୍ରହଣ କରିଥିଲେ । ଲଦାଖ ସାଂସଦ ଜାମିଆଙ୍ଗ ଟି ନାମଗାଲ କହିଥିଲେ ଧାରା 370 ରଦ୍ଦ ହେବାପରେ କେନ୍ଦ୍ର ଶାସିତ ଲଦାଖ ଏବେ ବିକାଶ ଦିଗରେ ଅଗ୍ରସର ହେଉଛି।
ସୌଜନ୍ୟ-ଲୋକସଭା