ନୂଆଦିଲ୍ଲୀ: ଲୋକସଭାରେ ଦେବାଳିଆ ସଂହିତା (ଦ୍ବିତୀୟ ସଂଶୋଧନ) ବିଧେୟକ ପାରିତ । ଦିଲ୍ଲୀ ହିଂସାକୁ ନେଇ ବିରୋଧୀଙ୍କ ହୋହଲ୍ଲା ସତ୍ତ୍ବେ ବିଧେୟକ ହେଲା ପାରିତ ।
ଦେବାଳିଆ ଆଇନ-2016ର ସଂଶୋଧନ ବିଧେୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଗତ କରିଥିଲେ । ତେବେ ବିରୋଧୀ ମାନେ ଦିଲ୍ଲୀ ହିଂସାକୁ ନେଇ ନାରାବାଜି କରୁଥିବାରୁ ଏହାକୁ ବିନା କୌଣସି ଆଲୋଚନାରେ ପାରିତ କରାଯାଇଛି ।
ଏହା ଚଳିତ ସପ୍ତାହର ତୃତୀୟ ବିଧେୟକ, ଯେକି ଲୋକସଭାରେ ପାରିତ ହୋଇଛି । ପୂର୍ବରୁ ଖଣିଜ ଆଇନ(ସଂଶୋଧନ)ବିଧେୟକ,2020 ଓ ‘ବିବାଦ ସେ ବିଶ୍ବାସ’ ବିଧେୟକ ପାରିତ ହୋଇସାରିଛି ।
ସୂଚନାଥାଉକି, ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହକୁ ବୁଧବାର 11ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସୌଜନ୍ୟ: IANS